ଜମ୍ମୁ: ଜମ୍ମୁର ଉଧମପୁର ଅଞ୍ଚଳରୁ ଏକ ବଡ ଖବର ସାମ୍ନାକୁ ଆସିଛି । ରବିବାର ସକାଳେ ଏଠାରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା କାଳୀ ମାତା ମନ୍ଦିର ନିକଟରେ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୭ଟାବେଳେ ଏହି ଘଟଣା ଘଟିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ପଛର କାରଣ ଏଯାବତ୍ ତଦନ୍ତରେ ସାମ୍ନାକୁ ଆସିଛି। କିନ୍ତୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଅଧିକ ସନ୍ଦେହ କରାଯାଉଛି। ଅନ୍ୟପଟରେ ନିଜନିଜ ଭିତରେ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଜିଲ୍ଲା ସଦର ମହକୁମା ସ୍ଥିତ କାଳୀ ମାତା ମନ୍ଦିର ବାହାରେ ପୁଲିସ ଭ୍ୟାନ୍ରେ ପୁଲିସ କର୍ମଚାରୀଙ୍କ ଗୁଳିବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଉଧମପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ପରସ୍ପର ଉପରକୁ ଗୁଳି ଚଳାଇବାରୁ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
ଉଧମପୁର ଏସଏସପି ଅମୋଦ ନାଗପୁରେ କହିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏହି ଘଟଣା ଘଟିଛି। ସେ ସୋପୋରରୁ ତଲୱାରାସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଉଥିଲେ। ଖବର ପାଇ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ ଏକେ-୪୭ ରାଇଫଲ ବ୍ୟବହୃତ ହୋଇଥିବା ପ୍ରମାଣିତ ହୋଇଛି। ଏଥିରେ ୨ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତୃତୀୟ ପୁଲିସ କର୍ମଚାରୀ ସୁରକ୍ଷିତ ଅଛନ୍ତି।
ଅଧିକ ପଢ଼ନ୍ତୁ: ୪୦୦ କୋଟି କ୍ଲବଠାରୁ ମାତ୍ର ଏତିକି ଦୂରରେ ପୁଷ୍ପା-୨