600 ଅତିକ୍ରମ କଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Khabar Odisha:Total-number-of-COVID19-positive-cases-rise-to-606-in-India
ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 600 ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ଭାରତରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ।

କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଯାଇଛି । ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ଏହି ମହାମାରୀ କରୋନା ବ୍ୟାପିଲାଣି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  କରୋନା ସଂକ୍ରମଣ ରୋକିବାକୁ ଆଜି ଠାରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଦେଶରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୨ ଛୁଇଁଛି । ଆଜି ତେଲେଙ୍ଗାନା, ମହାରାଷ୍ଟ, ଗୁଜୁରାଟରେ ନୂଆ କରୋନା ଆକ୍ରାନ୍ତ ମିଳିଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ୧୧୨ କରୋନା ସଂକ୍ରମିତ    କେରଳରେ ଅଧିକ କରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ମୋଟ 600 ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ,୫୦ରୁ ଅଧିକ ଜଣ  ବିଦେଶୀ ନାଗରିକ ରହିଛନ୍ତି । ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବା ୧୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଯେତିକି ରକ୍ତ ନମୁନା ପରୀକ୍ଷା କରାଯାଇଛି ସେମଧ୍ୟରୁ ବେଳେ ୨ଟି ପଜିଟିଭ ଥିବା ବେଳେ ବାକି ସବୁ ନମୁନା ନେଗେଟିଭ ଆସିଛି । ଏବଂ ଚିକିତ୍ସିତ ହେଉଥିବା ୨ଜଣଙ୍କର ଅବସ୍ଥା ସ୍ଥିର ରହିଛି ।

  • Tags:

Subscribe

National International State Sports Entertainment