ତାତିରେ ଜଳୁଛି ଓଡ଼ିଶା: ୪୦ ଡିଗ୍ରି ଉପରେ ୧୨ ସହର, ଟିଟଲାଗଡ ସବୁଠୁ ଉତ୍ତପ୍ତ
Khabar Odisha:Titlagarh-heat-city-in-Odisha
ଭୁବନେଶ୍ୱର, ମେ ୨୩ ( ଖବର ଓଡ଼ିଶା):

 ରାଜ୍ୟର ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ୧୨ଟି ସହରର ତାପମାତ୍ରା ଆଜି ୪୧ଡିଗ୍ରି ଉପରେ ଟପିଛି। ବଲାଙ୍ଗୀର ଜିଲ୍ଲାର ଟିଟିଟାଲଗଡ଼ରେ ଆଜି ସର୍ବାଧିକ ୪୫.୫ ଡି୍ରଗ୍ରି ତାପମାତ୍ରା ରେକର୍ଡ ସହ ସବୁଠୁ ଉତ୍ତପ୍ତ । 

ଭବାନୀପାଟଣାରେ ୪୪.୨ ଡିଗ୍ରି, ତାଳଚେରରେ ୪୩.୮ ଡିଗ୍ରି, ବଲାଙ୍ଗୀରରେ ୪୩.୫ ଡିଗ୍ରି, ମାଲକାନଗିରିରେ ୪୩ ଡିଗ୍ରି, ସମ୍ବଲପୁରରେ ୪୨.୬ ଡିଗ୍ରି, ବୌଦ୍ଧରେ ୪୨.୫ ଡିଗ୍ରି, ହୀରାକୁଦ, ସୋନପୁର ଓ ଝାରସୁଗୁଡ଼ାରେ ୪୨.୨ଡିଗ୍ରି, ପାରଳାଖେମୁଣ୍ଡିରେ ୪୨ ଡିଗ୍ରି ଓ ଫୁଲବାଣୀରେ ୪୧.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ଆଗାମୀ ୪ ଦିନ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି । ଏଥି ପାଇଁ ପାଣିପାଗ ବିଭାଗ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର , ସୋନପୁର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

  • Tags:

Subscribe

National International State Sports Entertainment