ଆଜି ଦିନ 12ଟା30 ରେ ପ୍ରକାଶ ପାଇବ ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ
Khabar Odisha:The-results-of-this-years-plus-two-science-exams-will-be-released-today-at-1230-pm
ଭୁବନେଶ୍ୱର, ଅଗଷ୍ଟ ୧୨ (ଖବର ଓଡ଼ିଶା):

ମହାମାରୀ କରୋନା କାଳରେ ଆଜି ପ୍ରକାଶ ପାଇବ ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷାଫଳ । ଅପରାହ୍ଣ ସାଢ଼େ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଏଥିରୁ ନିଜ ନିଜ ପରୀକ୍ଷାଫଳ ଜାଣି ପାରିବେ ।

ଚଳିତବର୍ଷ ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ ୯୭ ହଜାର ୫୩୭ ଛାତ୍ରଛାତ୍ରୀ । ଚଳିତ ମାସ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଓ ଶେଷ ସପ୍ତାହରେ +୨କଳା ରେଲଜ୍ଟ ପ୍ରକାଶ ପାଇବ ବୋଲି ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ ସାରିଛନ୍ତି ।

ଚଳିତବର୍ଷ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । କରୋନା ଓ ଲକଡାଉନ୍ ଯୋଗୁ ଖାତାଦେଖା ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ରେଜଲ୍ଟ ପ୍ରକାଶରେ ମଧ୍ୟ ବିଳମ୍ୱ ହୋଇଥିଲା ।

  • Tags:

Subscribe

National International State Sports Entertainment