ଲଘୁଚାପ ପ୍ରଭାବରେ ୪ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ
Khabar Odisha:The-meteorological-department-has-issued-a-yellow-warning-for-heavy-rains-in-the-state-from-the-4th-due-to-low-pressure
ଭୁବନେଶ୍ୱର, ଅଗଷ୍ଟ ୦୨ (ଖବର ଓଡ଼ିଶା):

ଆସନ୍ତା ୪ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦୁଝର, ସୁନ୍ଦରଗଡ଼ ଓ ବଲାଙ୍ଗିରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଆଜି ଠାରୁ ୫ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ସ୍ୱଳ୍ପରୁ ମଧ୍ୟମ ଧରରଣ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

  • Tags:

Subscribe

National International State Sports Entertainment