ତେଲନଦୀକୁ ହାତ ଧରାଧରି ହୋଇ ଡେଇଁପଡିଥିବା ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର
Khabar Odisha:The-bodies-of-two-sisters-who-jumped-into-the-Telangana-river-were-rescued
ବଲାଙ୍ଗୀର, ଅକ୍ଟୋବର ୧୭ (ଖବର ଓଡ଼ିଶା):

ବଲାଙ୍ଗିର ଜିଲ୍ଲା ତୁଷୁରା ତେଲନଦୀ ପୋଲ ଉପରୁ ଡେଇଁ ନିଖୋଜ ଥିବା ୨ ଭଉଣୀଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି । ଆଜି ପ୍ରଥମେ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ (୧୯) ଓ ପରେ ବଡ ଭଉଣୀ ଅନମୋଲ ଅଗ୍ରୱାଲ (୨୨)ର ମୃତଦେହ ମିଳିଥିଲା ।

ଆଞ୍ଚଲର ମୃତଦେହ ସୋନପୁର ଜିଲ୍ଲାର ତରଭା ଦେଣ୍ଡାପଦରରୁ ମିଳିଥିବା ବେଳେ ବଡଭଉଣୀର ଅନମୋଲର ମୃତ୍ୟୁଦେହ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟରୁ ଠାବ ହୋଇଛି ।

ସୂଚନାଯୋଗ୍ୟ, ଗୁଡଭେଲାର ଔଷଧ ବ୍ୟବସାୟୀ ରାମଅବତାରଙ୍କ ଦୁଇ ଝିଅ ଗତ ୧୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଥିବା କହି ଦୁଇ ଭଉଣୀ ଘରୁ ସ୍କୁଟିରେ ବାହାରିଥିଲେ । ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରୁ ସେମାନଙ୍କ ସ୍କୁଟି ଓ ଦୁଇ ହଳ ଚପଲ ମିଳିଥିଲା ।

ଦୁଇ ଭଉଣୀ ନଦୀକୁ ଡେଇଁଥିବା ନେଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଓଡ୍ରାଫ ଟିମ୍ ଓ ସ୍କୁବା ଡାଇଭର ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନଥିଲା  । ଆଜି ଉଭୟଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି ।

  • Tags:

Subscribe

National International State Sports Entertainment