ସ୍ନାନ ପୂର୍ଣ୍ଣିମାରେ ସ୍ନା କରି ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ତେବେ ପୁରୀରେ ରାଜପ୍ରସାଦ ବିଜେ ନୀତି ଆରମ୍ଭ ହୋଇଛି । ରାଜପ୍ରସାଦ ବିଜେ କଲେ ଦଇତାପତି ସେବାୟତ ।
ସେହିପରି ଗତପତି ମହାରାଜାଙ୍କୁ ମହାପ୍ରଭୁଙ୍କ ଆରୋଗ୍ୟ ଖବର ଦିଆଯାଇଛି । ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ପାଟଡୋରୀ ଗଜପତିଙ୍କୁ ଅପର୍ଣ କରିଛନ୍ତି । ଜ୍ୱରରେ ପୀଡିତ ମହାପ୍ରଭୁ ସୁସ୍ଥ ହେବା ନେଇ ସେବାୟତ ଖବର ଦେଇଛନ୍ତି ।
ତେବେ ପାଖେଇ ଆସୁଛି ଘୋଷଯାତ୍ରା । ଆଉ କିଛି ଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଲାଗି ଦୀର୍ଘ ୨ ବର୍ଷ ପରେ ଦର୍ଶକଙ୍କ ଗ୍ରହଣରେ ରଥଯାତ୍ରା ହେବାକୁ ଯାଉଛି । ତେବେ ଅନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।