ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସର ଓପିଡି ସେବା
Khabar Odisha:The-Bhubaneswar-AIIMS-OPD-service-will-be-closed-from-tomorrow
ଭୁବନେଶ୍ୱର, ଜୁଲାଇ ୯ ( ଖବର ଓଡ଼ିଶା):

ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ଭୁବନେଶ୍ୱର ଏମସ ଓପିଡି ବନ୍ଦ ରହିବ । ଏନେଇ ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ଆଉ କିଛି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ରହୁଥିବାରୁ ସେମାନଙ୍କୁ ମଧ୍ୟ ଆସିବାକୁ ବାରଣ କରାଯାଇଛି । ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ । ଏହା ସହ ଏକ ସ୍ୱତନ୍ତ୍ର ଆପ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ । ଏମସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା  ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment