ମହାମାରୀ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆସନ୍ତା ୧୯ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ
Khabar Odisha:The-Bhitarkanika-National-Zoo-will-open-on-the-19th
କେନ୍ଦ୍ରାପଡା, ଅକ୍ଟୋବର ୧୭ (ଖବର ଓଡ଼ିଶା):

ମହାମାରୀ କରୋନା କାଳରେ ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଆସନ୍ତା ୧୯ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ । ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି ।

ପ୍ରାଣୀ ଉଦ୍ୟାନ କର୍ମଚାରୀ ଓ ପର୍ଯ୍ୟଟକ ଏସଓପି ପାଳନ କରିବା ବାଧ୍ୟତାମୂଳକ । ଏସଓପି ଅନୁସାରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଭିତରେ କଣ କରିବେ, କଣ କରିବେ ନାହିଁ ସମ୍ପର୍କିତ ସୂଚନା ଫଳକ ପ୍ରବେଶ ପଥ ଓ ଅନ୍ୟାନ୍ୟ ସ୍ଥାନରେ ଲଗାଇବେ ।

  • Tags:

Subscribe

National International State Sports Entertainment