୨୧ ବର୍ଷୀୟ କବାଡ଼ି ଖେଳାଳୀ ଗିରଫ,ଗ୍ୟାଙ୍ଗଷ୍ଟାରକୁ ଯୋଗାଉଥିଲେ ହତିଆର ନୁଆଦିଲ୍ଲୀ , ଜୁନ୍ 25(ଖବର ଓଡ଼ିଶା): Share story: ୨୧ ବର୍ଷୀୟ କବାଡ଼ି ଖେଳାଳୀ ଗିରଫ । ଅଭିଯୋଗ ଅନୁସାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ବିଶ୍ୱସ୍ଥ ଲୋକ ବଳଦେବ ଚୌଧୁରୀଙ୍କୁ ହତିଆର ଯୋଗାଇଥିବା ଘଟଣାରେ ଗିରଫ କରାଯାଇଛି । ତେବେ ପୋଲିସ୍ ଏହା ମଧ୍ୟ ବର୍ତ୍ତମାନ ଯାଞ୍ଚ କରୁଛି ଯେ ପଞ୍ଜାବୀ ଗାୟକ ସିନ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଏହି ହତିଆର ବ୍ୟବହାର କରାଯାଇଥିଲା ନା ନାହିଁ । ତେବେ ପୋଲିସ୍ର କହିବା ଅନୁସାରେ ଗତ ମାର୍ଚ୍ଚ ମାସରେ ପଟିୟାଲା ଜିଲ୍ଲାର ଭାଦସୋରେ ରହୁଥିବା କବାଡି ଖେଳାଳିକୁ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ପାଖରୁ ୩ ଟି ହତିଆର ସହ ଜବତ କରାଯାଇଥିଲା । ଅନ୍ୟ ପଟେ ପୋଲିସକୁ ବୟାନ ଦେଇ ଜସକରଣ କହିଛନ୍ତି ଯେ ଗୋଲ୍ଡି ବରାରଙ୍କ କଥାରେ ସେ ୩ ଟି ହତିଆରକୁ ତିନୋଟି ସ୍ଥାନରେ ଅଲଗା ଅଲଗା ଲୋକ ଙ୍କୁ ଦେଇଥିଲେ । ଏହାରି ଭିତରେ ବଳଦେବ ଚୌଧୁରୀ ମଧ୍ୟ ସାମିଲ ଥିଲେ କିନ୍ତୁ ପରେ ହତିଆର ଫେରାଇ ଦେଇଥିଲେ । ଜାସକରଣ ଏହା ମଧ୍ୟ କହିଛନ୍ତି ଯେ ସେ ଗୋଲ୍ଡି ବରାରଙ୍କ ସମ୍ପର୍କୀୟ ତଥା ପୂର୍ବତନ ଛାତ୍ର ନେତା ଗୁରୁଲାଲ ବରାରଙ୍କର ବନ୍ଧୁ। ସେ କେବଳ ଗୁରୁଲାଲ ମାଧ୍ୟମରେ ଗୋଲ୍ଡି ବରାରଙ୍କ ସହ ଯୋଗାଯୋଗ କରିଥିଲେ । ପରେ ଗୋଲ୍ଡି ବରାର ଏକ କଲିଂ ଆପ୍ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗରେ ଥିଲେ । ସୁଚନା ଅନୁସାରେ ବାଲଦେବ ଚୌଧୁରୀଙ୍କୁ ଜୁନ୍ ୧୯ ରେ ବେଆଇନ ଅସ୍ତ୍ରଶସ୍ତ୍ରରେ ଗିରଫ କରାଯାଇଥିଲା। ଖବର ଓଡ଼ିଶା, Reporter, 25/06/2022