ବ୍ୟାଙ୍କକ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ବ୍ୟାଙ୍କକରୁ ଉତ୍ତର-ପୂର୍ବ ଥାଇଲାଣ୍ଡକୁ ଯାତ୍ରା କରୁଥିବା ଏକ ଟ୍ରେନ୍ ଏକ ନିର୍ମାଣାଧୀନ କ୍ରେନ୍ ଟ୍ରେନ ବଗି ଉପରେ ଖସିପଡ଼ିବାରୁ ଲାଇନଚ୍ୟୁତ ହୋଇଥିଲା। ନାଖୋନ୍ ରାଚାସିମା ପ୍ରଦେଶର ସ୍ଥାନୀୟ ପୋଲିସ ମୁଖ୍ୟ ଥାଚାପୋନ୍ ଚିନାୱଙ୍ଗ କହିଛନ୍ତି, ୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି।
ବ୍ୟାଙ୍କକରୁ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ନାଖୋନ୍ ରାଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ଟି ଉବୋନ୍ ରାଚାଥାନି ପ୍ରଦେଶକୁ ଯାଉଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏକ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ କରୁଥିବା କ୍ରେନ୍ ଖସି ପଡ଼ି ଏକ ଅତିକ୍ରମ କରୁଥିବା ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଫଳରେ ଏହା ଲାଇନଚ୍ୟୁତ ହୋଇ କିଛି ସମୟ ପାଇଁ ନିଆଁ ଲାଗିଯାଇଥିଲା। ପୋଲିସ କହିଛି, ନିଆଁ ଲିଭାଇ ଦିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅଧିକ ପଢ଼ନ୍ତୁ: ନୀତିଶ, ଲାଲୁ, ତେଜସ୍ୱୀ ଏବଂ ସମ୍ରାଟ ଚୌଧୁରୀଙ୍କୁ ନିମନ୍ତ୍ରଣ