ରାସ୍ତା କଡରୁ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର
Khabar Odisha:Teacher-found-dead-in-Angul
ଅନୁଗୋଳ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ପରା ଗ୍ରାମ ନିକଟରେ ଥିବା ପଣସତଇଲା ରାସ୍ତା କଡରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଶିକ୍ଷକ ଜଣଙ୍କ ଛେଣ୍ଡିପଦା ଥାନା ମାଛକୁଟା ଗାଁର ପ୍ରଫୁଲ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁସାରେ ତିନି ଦିନ ପୂର୍ବରୁ ଶିକ୍ଷକ ଜଣଙ୍କ ଘରୁ କନ୍ଧକୋଇଲି ସ୍କୁଲକୁ ଯାଇ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଜଣାପଡିଛି । ଜରପଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ଥିବା ବେଳେ ଶିକ୍ଷକ ମୃତ୍ୟୁ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ ।

  • Tags:

Subscribe

National International State Sports Entertainment