ଚନ୍ଦାଉସୀ: ଉତ୍ତର ପ୍ରଦେଶର ସମ୍ଭାଲର ଜାମା ମସଜିଦରେ ଥିବା ହରିହର ମନ୍ଦିରର ଦାବି ନେଇ ଅଦାଲତରେ ଉପସ୍ଥାପନ ହେବା ପରେ ନଭେମ୍ବର ୨୯ରେ ମସଜିଦରେ ହୋଇଥିବା ଦୁଇ ପର୍ଯ୍ୟାୟ ସର୍ଭେ ରିପୋର୍ଟ ଦାଖଲ ହେବାର ଥିଲା। କିନ୍ତୁ ରିପୋର୍ଟ ଅଭାବରୁ ଅଦାଲତ ୧୦ ଦିନ ସମୟ ଦେଇଥିଲେ। ଆସନ୍ତାକାଲି ଅର୍ଥାତ୍ ସୋମବାର ଆଇନଜୀବୀ କମିଶନର ଏକ ସିଲ୍ ଲିଫାଫାରେ ରିପୋର୍ଟ ଉପସ୍ଥାପନ କରିବେ। ଏହି ସମୟରେ କୋର୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।
ଗତ ନଭେମ୍ବର ୧୯ ତାରିଖରେ ଜିଲ୍ଲା କୋର୍ଟର ସିଭିଲ ଜଜ୍ ସିନିୟର ଡିଭିଜନ୍ କୋର୍ଟରେ ୮ ଜଣଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଦାବି କରିଥିଲେ ଯେ ସମ୍ଭାଲର ଜାମା ମସଜିଦରେ ହରିହର ମନ୍ଦିର ରହିଛି। ସେହିଦିନ ଆଡଭୋକେଟ କମିଶନର ଭାବେ ନିଯୁକ୍ତ ରମେଶ ସିଂହ ରାଘବ ଉଭୟ ପକ୍ଷଙ୍କ ଉପସ୍ଥିତିରେ ମସଜିଦ ସର୍ଭେ କରିଥିଲେ। ରାତି ଓ ଭିଡ଼ ଚାପ ଯୋଗୁଁ ସେଦିନ ସର୍ଭେ ସମ୍ପୂର୍ଣ୍ଣ ହୋଇପାରିନଥିଲା।
ନଭେମ୍ବର ୨୪ତାରିଖରେ ପୁଣି ଥରେ ଏହି ସର୍ଭେ କରାଯାଇଥିଲା। ସର୍ଭେକୁ ବିରୋଧ କରି ଭିଡ଼ ହିଂସାତ୍ମକ ରୂପ ନେଇଥିଲା। ପ୍ରବଳ ପଥର ମାଡ଼ ହୋଇଥିଲା, ଅନେକ ଗାଡ଼ି ଜଳି ଯାଇଥିଲା। ଏହି ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାପରେ କୋର୍ଟ ମାମଲାର ଶୁଣାଣି ପାଇଁ ନଭେମ୍ବର ୨୯ ତାରିଖ ଧାର୍ଯ୍ୟ କରିଥିଲେ। ସେହିଦିନ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବାର ଥିଲା, କିନ୍ତୁ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଓକିଲ କମିଶନର ଅଧିକ ସମୟ ମାଗିଥିଲେ। ଏଥିପାଇଁ କୋର୍ଟ ୧୦ ଦିନ ସମୟ ଦେଇଛନ୍ତି। ଏବେ ଏହି ସମୟ ଅବଧି ସୋମବାର ଶେଷ ହେବ। ଆଡଭୋକେଟ କମିଶନର ରମେଶ ସିଂହ ରାଘବ କହିଛନ୍ତି ଯେ ରିପୋର୍ଟ ପ୍ରସ୍ତୁତ ଅଛି, ସୋମବାର କୋର୍ଟରେ ଏକ ସିଲ୍ ଲିଫାଫାରେ ଦାଖଲ କରାଯିବ।
ମସଜିଦରେ ସର୍ଭେ ସମୟରେ ହୋଇଥିବା ହିଂସାକାଣ୍ଡର ମାଜିଷ୍ଟ୍ରେଟ୍ ତଦନ୍ତ ର ଏକ ଅଂଶ ଭାବରେ ଅଧିକାରୀମାନେ ସୋମବାର ସେମାନଙ୍କ ବୟାନ ରେକର୍ଡ କରିବେ। ତଦନ୍ତକାରୀ ଅଧିକାରୀ ଡେପୁଟି କଲେକ୍ଟର ଦୀପକ ଚୌଧୁରୀଙ୍କ କହିବା ନୁଯାୟୀ, ଏହି ମାମଲାରେ ସିଓ ସମ୍ଭାଲ, ଏସଡିଏମ, କୋଟୱାଲ ଓ ସବ୍ ଇନ୍ସପେକ୍ଟର ଙ୍କ ସମେତ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୩୦ ତାରିଖରେ ବାହଜୋଇରେ ସେମାନଙ୍କ ପକ୍ଷ ରଖିବାକୁ ଡକାଯାଇଥିଲା, କିନ୍ତୁ ନ୍ୟାୟିକ କମିଶନଟିମ୍ ଆସିବା ଏବଂ ସୁରକ୍ଷା ସମ୍ବନ୍ଧୀୟ ଅନ୍ୟ ାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅଧିକାରୀମାନେ ସେମାନଙ୍କ ପକ୍ଷ ରଖି ପାରିନଥିଲେ। ଯାହା ପରେ ଉପଜିଲ୍ଲାପାଳ ବିଭାଗୀୟ କମିଶନରଙ୍କ ବୈଠକରେ ଯୋଗ ଦେଇଥିଲେ।
ଅଧିକ ପଢ଼ନ୍ତୁ: ୨ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ତଦନ୍ତ ଆରମ୍ଭ