ନବମ ଶ୍ରେଣୀ ଛାତ୍ରକୁ ହତ୍ୟା
Khabar Odisha:Student-stabbed-to-death-in-Nayagarh
ନୟାଗଡ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା । ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗାଁ ରେ ଘଟିଛି ଏହି ହତ୍ୟାକାଣ୍ଡ । ଗତ କାଲି ବିଳମ୍ବିତ ରାତିରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣକ ହେଲେ ଜୟନ୍ତୀ ବେହେରାଙ୍କ ୧୪ ବର୍ଷ ର ପୁଅ ସୁମନ ବେହେରା । ମୃତ ଛାତ୍ରଙ୍କ ପିତା ପ୍ରାୟ ୮ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ମାଆ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରି ପୁଅର ପାଠ ପଢା ଖର୍ଚ୍ଚ ସହିତ ପରିବାର ଭରଣ ପୋଷଣ କରୁଥିଲେ । ତେବେ ମୃତ ଛାତ୍ର ଜଣଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ସମ୍ପତି ପାଇଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଛାତ୍ରର ପିତାଙ୍କ ମୃତ୍ୟୁ ପରେ ପରିବାରକୁ ପାଂଚ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । ତେବେ ଏହି ଅର୍ଥ ଲୋଭରେ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ଅନୁସନ୍ଧାନ ଚଳାଇଛି । ପୋଲିସ ଲିଖିତ ଅଭିଯୋଗ ପାଇ ଶବକୁ ଜବତ କରିବା ସହ ଅଭିଯୁକ୍ତ ସୋମନାଥ ବେହେରାକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ରଣପୁର ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment