କଳାହାଣ୍ଡିରେ ମାଓ ସମୀକ୍ଷା ବୈଠକ, ପ୍ରସ୍ତୁତ ହେବ ରଣନୀତି
Khabar Odisha:State-Odisha-Police-DGP-Maoist-Control-Meeting
ଭୁବନେଶ୍ୱର, ଫେବୃଆରୀ ୨୨ (ଖବର ଓଡ଼ିଶା):

କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଭବାନୀପାଟଣା ରିଜର୍ଭ ପୋଲିସ ନିକଟରେ ବସିଛି ମାଓ ସମୀକ୍ଷା ବୈଠକ ।

ମାଓ ଦମନ ପାଇଁ ପୋଲିସ ଡିଜି ଅଭୟ ଆଜି  ଭବାନୀପାଟଣା ରିଜର୍ଭ ପୋଲିସ ନିକଟରେ ଏକ ସମୀକ୍ଷା ବୈଠକ କରୁଛନ୍ତି । ଏହି ବୈଠକରେ ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ସେମାନଙ୍କ ଗତିବିଧି ଉପରେ ଆଲୋଚନା ହେଉଛି । ବୈଠକରେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାର ମାଓ ସମୀକ୍ଷା କରାଯାଉଛି । ଏହି ବୈଠକରେ ଅନେକ ବରିଷ୍ଠ ଅଧିକାରୀ, କଳାହାଣ୍ଡି ସୀମାନ୍ତ ଜିଲ୍ଲା କନ୍ଧମାଳ ଓ ରାୟଗଡ଼ାର ଏସପି, ଡିଜିପି ଅଭୟ, ଦକ୍ଷିଣ ପଶ୍ଚିମାଞ୍ଚଳର ଡିଆଇଜି ସଫିନ ଅହମ୍ମଦ, ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି ମଧ୍ୟ ଉପସ୍ଥିତ ଅଛନ୍ତି ।

  • Tags:

Subscribe

National International State Sports Entertainment