ଏଣିକି ଆଉ ନିୟମ ଉଲଂଘନକାରୀଙ୍କୁ ନାହିଁ ନିସ୍ତାର, ମାର୍ଚ୍ଚ ୧ ରୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ
Khabar Odisha:State-Odisha-New-Motor-Vachile-act-will-effect-more-from-March-1
ଭୁବନେଶ୍ୱର, ଫେବୃଆରୀ ୨୭ (ଖବର ଓଡ଼ିଶା):

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି । ଫେବୃଆରୀ ୨୯ ରେ ସରୁଛି ମଟର ଯାନ ଆଇନ କୋହଳର ଡେଡଲାଇନ୍ । ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ ।  ଟ୍ରାଫିକ ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ । ଏନେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଟ୍ରାଫିକ ନିୟମ ଭାଙ୍ଗିଲେ ମାର୍ଚ୍ଚ ପହିଲାରୁ ଗଣିବେ ମୋଟା ଅଙ୍କର ଜରିମାନା । । ନୂଆ ମୋଟର ଯାନ ଲାଗୁ ହେବା ପରେ ରାଜ୍ୟରେ ଏହାକୁ ନେଇ ଅନେକ ଅଭିଯୋଗ ଆସିଥିଲା । ତେଣୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଉପରେ ୬ ମାସ କୋହଳ କରାଯାଇଥିଲା । ତେଣୁ ଆସନ୍ତା ୧ ତାରିଖରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂ ଆରମ୍ଭ କରାଯିବ । ମାର୍ଚ୍ଚ ପହିଲାରୁ ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ନିସ୍ତାର । ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ ପାଖରେ ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଅମାନିଆ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ୨ଚକିଆ ଯାନ ଆରୋହୀ ହେଲମେଟ, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ମାର୍ଚ୍ଚ ପହିଲାରୁ ରାଜ୍ୟରେ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ । ରାଜ୍ୟରେ ସଡକ ଦୁର୍ଘଟଣା ପଚାଶ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ଲୋକ କାଗଜପତ୍ର ଠିକ୍ କରି ସାରିଲେଣି । ଆଉ ଆର୍ ଟି ଓ ଅଫିସରେ ଆଗଭଳି ଭିଡ ହେଉନାହିଁ । 

ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । କିନ୍ତୁ ମାତ୍ରାଧିକ ଅର୍ଥ ଦଣ୍ଡ ହେତୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଗଜପତ୍ର ପ୍ରସ୍ତୁତ ପାଇଁ ୩ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଣି କାଗଜପତ୍ର ପାଇଁ ଆଉ ୩ମାସର ସମୟ ଦିଆଯାଇଥିଲା ।

  • Tags:

Subscribe

National International State Sports Entertainment