ଆଜି ଲୋକସେବା ଭବନରେ ନବୀନଙ୍କୁ ଭେଟିବେ ଧର୍ମେନ୍ଦ୍ର
Khabar Odisha:State-Odisha-Naveen-Pattnaik-and-Dharmendra-Pradhan-Meeting-Today
ଭୁବନେଶ୍ୱର, ଫେବୃଆରୀ ୨୭ (ଖବର ଓଡ଼ିଶା):

ଆଜି ଲୋକସେବା ଭବନରେ ବସିବ ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଇସ୍ପାତ ଶିଳ୍ପକୁ ଗୁରତ୍ୱ ଦେବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବସିବ ବୈଠକ । 

ଆଜି ସନ୍ଧ୍ୟା ୬ଟା ସମୟରେ ଲୋକସେବା ଭବନରେ ରାଜ୍ୟରେ ଇସ୍ପାତ ଶିଳ୍ପକୁ ଗୁରତ୍ୱ ଦେବା ଲକ୍ଷ୍ୟ ନେଇ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଇସ୍ପାତ ମନ୍ତ୍ରାଳୟର ପ୍ରତିନିଧିଙ୍କ ପକ୍ଷରୁ ଆଲୋଚନା ହେବ । ଏହି ବୈଠକରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇସ୍ପାତ ସଚିବଙ୍କ ସହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମାନେ ପ୍ରତିନିଧି ଦଳରେ ସାମିଲ ଅଛନ୍ତି । ଏହା ସହ ଜାପାନ ରାଷ୍ଟ୍ରଦୂତ, ଜାପାନ ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଖଣି ଓ ଇସ୍ପାତ ସଚିବ, ଶିଳ୍ପ ସଚିବ, ଓଏମସି, ଇପିକଲ, ଇଡ଼କଲ ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିବେ ।

  • Tags:

Subscribe

National International State Sports Entertainment