ଭୟଙ୍କର ହୋଇ ପଶ୍ଚିମବଙ୍ଗ ଅଭିମୁଖେ ବାତ୍ୟା ବୁଲବୁଲ, ପାରାଦୀପ ଠାରୁ ୩୧୦ କିମି ଦୂରରେ
Khabar Odisha:State-Odisha-Cyclone-Bulbul-Effect-in-Odisha
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡ଼ିଶା):

ବାତ୍ୟା ବୁଲବୁଲ ଅତି ଭୟଙ୍କର ରୂପ ଧାରଣ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼େ ମୁହାଁଉଛି । ୧୦ ତାରିଖ ସୁଦ୍ଧା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ପାରାଦୀପ ଠାରୁ ଏହା ପ୍ରାୟ ୩୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ଆଜି ସକାଳ ଠାରୁ ଉପକୂଳବର୍ତ୍ତୀ ଅଂଚଳ ଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଛି । 

ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ବୁଲବୁଲ ପାରାଦୀପ ଠାରୁ ୧୩୪ କିମି ଦୂରରୁ ଅତିକ୍ରମ କରି ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ । ବାତ୍ୟା ବୁଲବୁଲର ଗତି ବର୍ତ୍ତମାନ ଘଣ୍ଟା ପ୍ରତି ୧୩କିମି ରହିଛି । ତେବେ ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବ । ଆଜି ଅପରାହ୍ନରୁ ଏହି ସବ ସ୍ଥାନରେ ପବନ ବହିବାର ଗତି ମଧ୍ୟ ବଢିବ । ଆଜି ୬୫କିମି ଓ ଆସନ୍ତା କାଲି ୭୦ରୁ ୯୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ଆସନ୍ତା ୨,୩ ଦିନ  ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଆଜି ପୁରୀ, ଗଞ୍ଜାମରେ ୪୦ରୁ ୬୦କିମି ବେଗରେ ପବନ ବହିପାରେ । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ଜିଲ୍ଲାପାଳ ନିଷ୍ପତି ନେବେ । ୯ଟି ଜିଲ୍ଲାକୁ ଏନଡିଆରଏଫ , ଓଡ୍ରାଫ ଟିମ ପଠାଯାଇଛି । ବାତ୍ୟା ସମୟରେ ଘରୁ ନ ବାହାରିବାକୁ ଏସଆରସି ପରାମର୍ଶ ଜାରି କରିଛନ୍ତି େ ଆସନ୍ତା ୧୦ତାରିଖରେ ଓଡ଼ିଶାରେ ବାତ୍ୟାର ପ୍ରଭାବ କିଛି ରହିବ ନାହିଁ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ଏହା ସହ ସୁରକ୍ଷା ଦୃଷ୍ଟିରୁ ଆସନ୍ତା କାଲି ପାଇଁ ୯ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।

  • Tags:

Subscribe

National International State Sports Entertainment