ଆଜିଠୁ ଆରମ୍ଭ ହେଲା ୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ୨୦୧୯
Khabar Odisha:State-Odisha-68th-All-India-Police-Hockey-Championship-2019-Started
ଭୁବନେଶ୍ୱର, ଡିସେମ୍ବର ୧୬ (ଖବର ଓଡ଼ିଶା):

ଓଡ଼ିଶା ପୋଲିସ ପକ୍ଷରୁ ଚଳିତ ବର୍ଷ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରେ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆୟୋଜନ କରାଯାଇଛି । ବିଭିନ୍ନ ରାଜ୍ୟର ପୋଲିସ ଆସି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । 

୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ଆସନ୍ତା ୨୪ଯାଏଁ ଚାଲିବ । କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳରୁ ଅନ୍ୟୁନ ୨୫ଟି ଦଳର ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗିତା ସବୁ ଲିଗ କମ ନକ ଆଉଟ ଆଧାରରେ ଖେଳ ଆରମ୍ଭ ହୋଇଛି । ସର୍ବଭାରତୀୟ ପୋଲିସ କଣ୍ଟ୍ରୋଲ ବୋର୍ଡ଼ର ଦିଗଦର୍ଶନରେ ଏହି ପ୍ରତିଯୋଗିତା ଓଡ଼ିଶା ପୋଲିସ ଦ୍ୱାରା ଆୟୋଜନ କରାଯାଇଛି । ଡିଜିପି ଅଭୟ ଓ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ରହି ଏହି ପ୍ରତିଯୋଗିତା ଆରମ୍ଭ କରିଛନ୍ତି । 

ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ମାକ୍ସଟ"ଓଲି 'କୁ ଏହି ପ୍ରତିଯୋଗିତାର ମାକ୍ସଟ ଭାବେ ଗ୍ରହଣ କରାଯାଇଛି । ପ୍ରତିଯୋଗିତାର କ୍ୱାଟର ଓ ସେମି ଫାଇନାଲ ମ୍ୟାଚ ସବୁ ଆସନ୍ତା ୨୧ ଠାରୁ ଖେଳାଯିବ । ଏହା ପରେ ଫାଇନାଲ ମ୍ୟାଚ ଆସନ୍ତା ୨୪ ତାରିଖରେ ଖୋଳଯିବ ।

  • Tags:

Subscribe

National International State Sports Entertainment