ଅଟୋରୁ ଖସି ୫ବର୍ଷର ଛାତ୍ରର ମୃତ୍ୟୁ
Khabar Odisha:State-Odisha-5-years-old-student-died-after-falling-down-from-auto
ଗଞ୍ଜାମ, ଫେବୃଆରୀ ୧୮(ଖବର ଓଡ଼ିଶା):

ଅଟୋରୁ ଖସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରେ ଏହି ଅଘଟଣ ଘଟିଛି । 

ସୂଚନାନୁସାରେ, ଆଜି ସକାଳେ ଏକ ଅଟୋ ଗଞ୍ଜାମ ଜିଲ୍ଲା ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦିଗପହଣ୍ଡିରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା। ତେବେ  ଦିଗପହଣ୍ଡିର ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋରୁ ଖସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ୫ ବର୍ଷୀୟ ଅଜୟ ପ୍ରଧାନ । ଅଜୟ ଅଟୋର ଗୋଟିଏ ସାଇଡ଼୍‌ରେ ବସିଥିଲେ। ଅସାବଧାନ କାରଣରୁ ଅଭୟ ଚଳନ୍ତା ଅଟୋରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment