ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କୁ ଘରେ ତାଲା ପକାଇ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ
Khabar Odisha:State-Odisha--Miscreants-lock-up-Talcher-MLA-Braja-Kishore-Pradhan-set-his-car-and-camp-office
ଭୁବନେଶ୍ୱର, ଡିସେମ୍ବର ୦୮ (ଖବର ଓଡ଼ିଶା):

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ତାଲା । ଏହା ସହ କ୍ୟାମ୍ବ ଅଫିସରେ ଗାଡ଼ି ଜାଳିଲେ ଦୁର୍ବତ୍ତ । ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । 

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ବିଧାୟକ ବ୍ରଜକିଶୋର ପ୍ରଧାନ ନିଜ ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା କ୍ୟାମ୍ବ ହାଉସରେ ଶୋଇଥିଲେ । ପ୍ରାୟ ୨ଟା ବେଳେ ଦୁର୍ବୃତ୍ତ ବିଧାୟକଙ୍କ ଘର ବାହାରୁ ତାଲା ପକାଇ ଦେଇଥିଲେ । ସେହି ସମୟରେ ହିଁ କିଛି ଦୁର୍ବୃତ୍ତ ତାଙ୍କ ଗ୍ୟାରେଜରେ ରଖାଯାଇଥିବା ଫର୍ଚୁନର ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ବିଧାୟକଙ୍କ କର୍ମୀ ଏହି ଖବର ଜାଣିବାକୁ ପାଇବା ପରେ ଘର ତାଲା ଖୋଲି ବିଧାୟକଙ୍କୁ ବାହାର କରିଥିଲେ । ଏନେଇ ଥାନାରେ ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ବିକ୍ରମପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । 

ପୂର୍ବରୁ ମଧ୍ୟ ସରକାରୀ କ୍ୱାଟସରେ ଅଗଷ୍ଟ ମାସରେ ନିଆଁ ଲଗାଇଦେଇଥିଲେ । ନଭେମ୍ବର ମାସରେ ମଧ୍ୟ ବିଧାୟକଙ୍କ ପୈତୃକ ବାସଭବନରେ ନିଆଁ ଲଗାଇଦେଇଥିଲେ କିଛି ଦୁର୍ବୃତ୍ତ । ତେବେ କିଏ ଓ କାହିିଁକି ଏପରି କରିଛି ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ କୈାଣସି ବ୍ୟବସାୟିକ କିମ୍ବା ରାଜନୈତିକ ଶତ୍ରୁତା କାରଣରୁ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବିଧାୟକ ସମ୍ପୁର୍ଣ୍ଣ ସୁରକ୍ଷିତ ରହିଛନ୍ତି ।

  • Tags:

Subscribe

National International State Sports Entertainment