ପଡ଼ିଆକୁ ଓହ୍ଲାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଡିଓ ହେଲା ଭାଇରାଲ
Khabar Odisha:Sports-Road-Safety-World-Series-2021-Sachin-Tendulkar-viral-video-while-fielding-in-Raipur-stadium

ରାୟପୁର, ମାର୍ଚ୍ଚ ୦୬ (ଖବର ଓଡ଼ିଶା): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଚିନ ପଡ଼ିଆରେ ବ୍ୟାଟିଂ କରୁଥିବା ବେଳେ ପ୍ରଶଂସକମାନେ ବହୁତ ଉତ୍ସାହିତ ଦେଖାଯାଇଛନ୍ତି । ଦୀର୍ଘ ଦିନ ପରେ ସଚିନ ସବୁଜ ଘାସ ଉପରେ ବ୍ୟାଟିଂ ଓ ଫିଲ୍ଡିଂର ଦୃଶ୍ୟକୁ ଯେଉଁମାନେ ଦେଖିଛନ୍ତି, ସେମାନେ ବହୁତ ଖୁସି ଅନୁଭବ କରିଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ବୀର ନାରାୟଣ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶର ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଚାଲିଥିବା ମ୍ୟାଚରେ ସଚିନଙ୍କୁ କ୍ରିକେଟ ଖେଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । 

ରୋଡ ସେଫଟି ୱାର୍ଲଡ ସିରିଜ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ଲିଜେଣ୍ଡସ୍ ବିପକ୍ଷରେ ଖେଳିବା ଲାଗି ପଡ଼ିଆକୁ ଓହ୍ଲାଇଥିବା ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଥିରେ ମାଷ୍ଟର ବ୍ଲାଷ୍ଟର ନିଜର ୧୦ ନମ୍ବର ଜର୍ସି ପିନ୍ଧି ଫିଲ୍ଡିଂ କରୁଛନ୍ତି । ସଚିନଙ୍କ ବ୍ୟତୀତ ଭାରତୀୟ କ୍ରିକେଟର ପୂର୍ବତନ ଓପନର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗ ମଧ୍ୟ ପଡ଼ିଆରେ ଦେଖାଯାଇଥିଲେ । ସଚିନ ୨୬ଟି ବଲ ଖେଳି ୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ୫ଟି ଚୌକା ମଧ୍ୟ ସାମିଲ ଥିଲା । କ୍ରିକେଟ ଖେଳ ଯାହା ହେଉ ପଛେ ସଚିନଙ୍କୁ ଦେଖି ଦର୍ଶକ ଖୁସି ହୋଇଯାଇଥିଲେ । କାରଣ ସଚିନଙ୍କ ନାଁରେ ପ୍ଲାକାର୍ଡ ଧରି ଦର୍ଶକମାନେ ଉତ୍ସାହ ପାଳନ କରୁଥିଲେ । 

ଇଣ୍ଡିଆ ଲିଜେଣ୍ଡସ୍‌କୁ ବାଂଲାଦେଶ ଲିଜେଣ୍ଡସ୍ ତରଫରୁ ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଆୟୋଜକ ଟିମ୍ ପକ୍ଷରୁ ବୀରେନ୍ଦ୍ର ସେହେୱାଗ (୩୫ ବଲ୍‌, ୮୦ ରନ୍‌) ଓ ସଚିନ ତେନ୍ଦୁଲକର ଭଲ ପ୍ରଦର୍ଶନ କରିଥିବାରୁ ଇଣ୍ଡିଆ ଲିଜେଣ୍ଡସ୍ ୧୦.୧ ଓଭରରେ ୧୧୪ ରନ୍ ସହ ବିଜୟ ହାସଲ କରିଥିଲା । ଉଭୟ ଖେଳାଳି ଅପରାଜିତ ରହିଥିଲେ । 

 

  • Tags:

Subscribe

National International State Sports Entertainment