ସିଓଲ: ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ପରମାଣୁ ଅସ୍ତ୍ରର ବ୍ୟବହାର ନେଇ ଉତ୍ତେଜନା ଜାରି ରହିଛି। ଏବେ ଉତ୍ତର କୋରିଆକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ଦକ୍ଷିଣ କୋରିଆ କହିଛି, ପରମାଣୁ ଅସ୍ତ୍ର ବ୍ୟବହାର କଲେ, ଉତ୍ତର କୋରିଆକୁ ବିଶ୍ବ ମାନଚିତ୍ରରୁ ନିଶ୍ଚିହ୍ନ କରିଦେବୁ। ଉତ୍ତର କୋରିଆ ପକ୍ଷରୁ ଜାରି ବୟାନର ଜବାବରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ପରମାଣୁ ଅସ୍ତ୍ର ବ୍ୟବହାର କଲେ ଉତ୍ତର କୋରିଆ ବର୍ତ୍ତିଯିବ।
ସୂଚନାଯୋଗ୍ୟ, ୱାଶିଂଟନରେ ଗୁରୁବାର ଦକ୍ଷିଣ କୋରିଆ ଓ ଆମେରିକା କୋରିଆ ପ୍ରାୟଦୀପ ଉପରେ ପରମାଣୁ ପ୍ରତିରୋଧ ଓ ପରମାଣୁ ସଂଚାଳି ପାଇଁ ମାର୍ଗଦର୍ଶିକା ଜାରି କରିଥିଲା। ଏହା ପରେ ଉତ୍ତର କୋରିଆ ଏହାକୁ ନିନ୍ଦା କରିବା ସହିତ ଧମକ ଦେଇଥିଲା। ଉତ୍ତର କୋରିଆ କହିଥିଲା ଯେ, ସିଓଲ ଓ ୱାଶିଂଟନକୁ ବହୁତ କ୍ଷତି ସହିବାକୁ ପଡ଼ିବ।
ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗ ଉନ୍ଙ୍କ ଭଉଣୀ ରବିବାର ଦକ୍ଷିଣ କୋରିଆର ଉତ୍ତରରେ ସୀମାରେ ସୀମା ଅତିକ୍ରମ କରି ଆବର୍ଜନା ପକାଇବା ନେଇ ସଂକେତ ଦେଇଥିଲେ। ଗତ ମେ’ ମାସ ଠାରୁ ଉତ୍ତର କୋରିଆ, ଦକ୍ଷିଣ କୋରିଆ ସୀମାର ଆବର୍ଜନା ପକାଇଛି।