ଭୁବନେଶ୍ୱର, ଜାନୁଆରୀ 24 (ଖବର ଓଡିଶା) :
ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ପଳାଶପଲ୍ଲୀସ୍ଥିତ ନିଖିଳ ଉତ୍କଳ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ସେଥିରେ ତାଲିମ କେନ୍ଦ୍ରର ତଦାରଖ କରୁଥିବା ବାବୁଙ୍କୁ ଖୁସି କରାଇବାକୁ ଭିନ୍ନକ୍ଷମ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଏପରି ବ୍ୟବହାର କରାଯାଉଥିବା ଅଭିଯୋଗ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ତଦନ୍ତ ସଠିକ ଭାବରେ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ।
ଗତ ନଭେମ୍ବର ମାସରୁ ପୀଡିତା ନିଖିଳ ଉତ୍କଳ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଏ ଯାଏଁ କାର୍ଯ୍ୟାନୁଷ୍ଟାନ ହୋଇନାହିଁ । ଘଟଣା ସମ୍ପର୍କରେ ଭିନ୍ନକ୍ଷମ କମିଶନ ନିକଟରେ କେହି ଅଭିଯୋଗ କରିନାହାଁନ୍ତି । ଭିଡିଓର ତର୍ଜମା କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତାକାଲି ଭିନ୍ନକ୍ଷମ କମିଶନ ଘଟଣାସ୍ଥଳ ଗସ୍ତ କରିବେ । ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବେ । ଏହା ଅତ୍ୟନ୍ତ ଲଜ୍ୟାଜନକ କଥା । ଭିନ୍ନକ୍ଷମଙ୍କୁ ଶୋଷଣ କରିବାର କାହାର ଅଧିକାର ନାହିଁ । ଦିବ୍ୟଙ୍ଗଙ୍କ ସୁରକ୍ଷା କମିଶନଙ୍କ ଦାଇତ୍ୱ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି ।