ବନ୍ଦ ହେବା ଖବର ଗୁଜବ, କମ୍ପାନି ବିରୁଦ୍ଧରେ ହେଉଛି ଅପପ୍ରଚାର-ବିଏସଏନଏଲ
Khabar Odisha:Satate-odisha-bsnl-gives-calarification-companys-shot-down-news
ଭୁବନେଶ୍ୱର, ଅକ୍ଟୋବର ୧୦ (ଖବର ଓଡ଼ିଶା):

 ଆର୍ଥିକ ସଂକଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏନଏଲ ବନ୍ଦ ହେବା ନେଇ ସମ୍ବାଦପତ୍ର ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ କମ୍ପାନି ପକ୍ଷରୁ ଗୁରୁବାର ଦିନ ସ୍ପଷ୍ଟୀକରଣ ଦିଆଯାଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱିମାନେ ବିଏସଏନଏଲ ବିରୁଦ୍ଧରେ ଏଭଳି ଅପପ୍ରଚାର କରି ବିଏସଏନଏଲ୍ ଷଡ଼ଯନ୍ତ୍ର କରୁଥିବା ବିଏସଏନଏଲ୍ ପକ୍ଷରୁ କୁହାଯାଇଛି।

ଏହି ଖବରକୁ ଖଣ୍ଡନ କରିବା ପାଇଁ ବିଏସଏନଏଲ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି । ବିଏସଏନଏଲର ଓଡ଼ିଶା ଶାଖା ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, ବିଏସଏନଏଲ୍ ବନ୍ଦ ହେବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଭାରତ ସରକାରଙ୍କର ଏଭଳି କିଛି ଆଭିମୁଖ୍ୟ ନାହିଁ। ବିଏସଏନଏଲ୍ ଗ୍ରାହକମାନେ ଏଭଳି ଅପପ୍ରଚାର ପ୍ରତି ଧ୍ୟାନ ନଦେବାକୁ ସେ ଅନୁରୋଧ କରିଛନ୍ତି । ଏହାସହ କମ୍ପାନି ତା’ର ଗ୍ରାହକମାନଙ୍କୁ ସୁଲଭ ଦରରେ ସମସ୍ତ ପ୍ରକାରର ଟେଲିକମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବିଏସଏନଏଲ ସରକାରଙ୍କ ଠାରୁ ଆର୍ଥିକ ସାହାଯ୍ୟକୁ ଅପେକ୍ଷା କରି ରହିଛି । ବିଏସଏନଏଲ ଏବଂ ଏମଟିଏନଏଲର ବିଳୟ କଥା ଦୂରସଂଚାର ବିଭାଗ ଚିନ୍ତା କରି ଅର୍ଥ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ଅର୍ଥ ମନ୍ତ୍ରାଳୟ ନୂଆ ପ୍ଲାଇ ଆଣିବାକୁ କହି ପ୍ରସ୍ତାବକୁ ଲାଲ ସଂକେତ ଦେଇଥିଲା । ଏହାସହ କମ୍ପାନୀ ନିଜର କର୍ମଚାରୀଙ୍କୁ ଭିଆରଏସ ଦେବା କଥା ମଧ୍ୟ ଚିନ୍ତା କରୁଛି । 

Subscribe

National International State Sports Entertainment