ନୂଆଦିଲ୍ଲୀ: ୧୦୪ ବର୍ଷୀୟ ହତ୍ୟାକାରୀଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ସେ ତାଙ୍କ ୧୦୪ତମ ଜନ୍ମଦିନ ନିଜ ପରିବାର ସହ ପାଳନ କରିପାରିବେ ଏବଂ ପରିବାର ସହିତ ଶାନ୍ତିରେ ଜୀବନର ଶେଷ ଭାଗ ବିତାଇପାରିବେ।
ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଏକ ଗାଁର ବୃଦ୍ଧା ରସିକ ଚନ୍ଦ୍ର ମଣ୍ଡଳଙ୍କ ପିଟିସନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଆଗରେ ଆସିବା ପରେ ଅଦାଲତ ମଧ୍ୟ ଉଦାରତା ଦେଖାଇଥିଲେ। ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ମଣ୍ଡଳଙ୍କୁ ଜେଲରୁ ସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଥିଲା।
୧୯୮୮ ହତ୍ୟା ମାମଲାରେ ମଣ୍ଡଳଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୧୯୯୪ରେ ନିମ୍ନ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ମଣ୍ଡଳ କଲିକତା ହାଇକୋର୍ଟରେ ଆବେଦନ କରିଥିଲେ। ପାଖାପାଖି ଏକ ଚତୁର୍ଥାଂଶ ଶତାବ୍ଦୀ ବିତିବା ପରେ ହାଇକୋର୍ଟ ୨୦୧୮ରେ ମଣ୍ଡଳଙ୍କ ଆବେଦନକୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ ଆଦେଶକୁ ବଜାୟ ରଖିଥିଲେ। ୨୦୧୯ ଜାନୁଆରୀରୁ ଜେଲରେ ଥିବା ମଣ୍ଡଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ୨୦୧୯ ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଅର୍ଥାତ୍ ସେତେବେଳେ ତାଙ୍କୁ ସୁପ୍ରିମ୍କୋର୍ଟରୁ କୌଣସି ରିଲିଫ୍ ମିଳିନଥିଲା।