ଫେରିଲା କଣ୍ଟେନମେଣ୍ଟ ଜୋନ, ଭଦ୍ରକ ଜିଲ୍ଳାର ଏହି ଗାଁରେ ଲାଗିଲା କଟକଣା
Khabar Odisha:Returning-to-the-Content-Zone-the-village-in-Bhadrak-district-has-been-hit-hard

ଭଦ୍ରକ, 07।04 ଖବର ଓଡିଶା, ରାଜ୍ୟରେ କୋଭିଡ ଆତଙ୍କ ବଢି ଚାଲିଛି । ସଂକ୍ରମଣ ମଧ୍ୟ ବଢୁଛି । ଏହାମଧ୍ୟରେ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ କଟକଣା । ଭଦ୍ରକ ପ୍ରଶାସନ ପକ୍ଷରୁ ଏରେଇଁ ପଞ୍ଚାୟତର ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ସାରା ରାଜ୍ୟରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନାର ଦ୍ଵିତୀୟ ଲହରୀ ଚାଲିଥିବା କୁହାଯାଉଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଉଛି । 

ତେବେନୂଆ ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚରମ୍ପା ନିକଟ ଏରେଇଁ ପଞ୍ଚାୟତର 3 ନମ୍ବର ୱାର୍ଡ ସମେତ ଧଳସାହିରେ କଟକଣା ଲାଗିବା ସହ ଯିବାଆସିବା ଉପରେ ରୋକ ଲାଗିଛି ।

  • Tags:

Subscribe

National International State Sports Entertainment