ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଆମେରିକାର ଅଭିଯୋଗର ପର୍ଦ୍ଦାଫାସ ହୋଇଛି। ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ପୂର୍ବତନ ର' ଅଧିକାରୀ ବିକାଶ ଯାଦବଙ୍କ ସମ୍ପୃକ୍ତି ଥିବା ଆମେରିକା ଅଭିଯୋଗ କରିଥିବା ବେଳେ ଏବେ ତାଙ୍କ ଓକିଲମାନେ ଏକ ବଡ଼ ଦାବି କରିଛନ୍ତି।
ଆଇନଜୀବୀଙ୍କ ମତରେ ବିକାଶ ଯାଦବଙ୍କୁ ଅନ୍ତର୍ଜାତୀୟ ରାଜନୀତିରେ ଫାସାଯାଉଛି। ଯାଦବଙ୍କ ଓକିଲ ଆରକେ ହାଣ୍ଡୁ ଏବଂ ଆଦିତ୍ୟ ଚୌଧୁରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ତାଙ୍କୁ ଅନ୍ତର୍ଜାତୀୟ ରାଜନୀତିରେ ଫସାଇ ଦିଆଯାଉଛି।
ପନ୍ନୁଙ୍କୁ ହତ୍ୟା କରିବା ର ବିଫଳ ଷଡ଼ଯନ୍ତ୍ରରେ ପୂର୍ବତନ ଭାରତୀୟ ଗୁଇନ୍ଦା ଅଧିକାରୀଙ୍କ ସମ୍ପୃକ୍ତି ଥିବା ଆମେରିକାର ନ୍ୟାୟ ବିଭାଗ ଅଭିଯୋଗ କରିଛି। ବିକାଶ ଯାଦବଙ୍କ ଓକିଲ କହିଛନ୍ତି ଯେ ସେ କେବେ ଦେଶ ବାହାରକୁ ଯାଇନାହାନ୍ତି କି କେବେ ବିଦେଶ ଗସ୍ତ କରିନାହାନ୍ତି। ଆମେରିକାର ଅଭିଯୋଗକୁ ସେ ଭାରତ ଓ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି।
ବିକାଶ ଯାଦବଙ୍କ ବିରୋଧରେ ପୂର୍ବରୁ ହୋଇଥିବା ଜବରଦଖଲ ମାମଲାକୁ ମଧ୍ୟ ଆଇନଜୀବୀମାନେ ଖଣ୍ଡନ କରିଛନ୍ତି, ଯାହାକୁ ଆମେରିକାପ୍ରତ୍ୟର୍ପଣରୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଉଛି।
ଅଧିକ ପଢ଼ନ୍ତୁ: ଶୁଭିଲା ପାଲେଷ୍ଟାଇନ ଜିନ୍ଦାବାଦର ସ୍ଲୋଗାନ