ମେଡ଼ିକାଲରୁ ଡ଼ିସଚାର୍ଜ ହେଲା ବହୁ ଚର୍ଚ୍ଚିତ ରାହୁଲ ସାହୁ,ଦୁଇଟି ବିପଦରୁ ହୋଇଥିଲା ଉଦ୍ଧାର ଛତିଶଗଡ଼ , ଜୁନ୍ 25 (ଖବର ଓଡ଼ିଶା): Share story: ମେଡ଼ିକାଲରୁ ଡ଼ିସଚାର୍ଜ ହେଲା ବହୁ ଚର୍ଚ୍ଚିତ ରାହୁଲ ସାହୁ । ଆଜି ସକାଳେ ଛତିଶଗଡ଼ ବିଳାସପୁର ଆପୋଲ ହସ୍ପିଟାଲରୁ ୧୦ ଦିନ ଚିକିତ୍ସା ପରେ ଡ଼ିସଚାର୍ଜ କରାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା କାରଣରୁ ଘରକୁ ଫେରିଛି ରାହୁଲ । ଯିବା ସମୟରେ ମେଡ଼ିକାଲରେ ଜାଞ୍ଜବୀର ଜିଲ୍ଲାପାଳ ,ବିଳାସପୁର ଜିଲ୍ଲାପାଳ ,ଏସପି ମଧ୍ୟ ଉପସ୍ଥିତ ଥିଲେ । ବିଳାସପୁର ଏସପିଙ୍କ ପକ୍ଷରୁ ଏକ ସାଇକେଲ ଓ ଚକୋଲେଟ୍ ମଧ୍ୟ ପ୍ରଦାନ କରାଯାଇଛି । ସୁଚନା ଅନୁସାରେ ଛତିଶଗଡର ଜାଞ୍ଜଗିର ଜିଲ୍ଲାର ଖେଳିବା ସମୟରେ ବୋରୱେଲରେ ପଡ଼ିଯିବା କାରଣରୁ ପ୍ରାୟ ୫ ଦିନ କାଳ ଫସିରହିଥିଲା ରାହୁଲ । ଗତ ୧୪ ତାରିଖରେ ରାହୁଲକୁ ଉଦ୍ଧାର କରାଯାଇ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରାହୁଲ ଅପରେସନ୍ ବହୁ କଷ୍ଟକର ହୋଇଥିବା ବେଳେ ଏନଡ଼ିଆରଏଫ୍ ଟିମ୍ ସହ ବହୁ ଦଳ ଏକଜୁଟ୍ ହୋଇ ଏହି କାର୍ଯ୍ୟକୁ ସଫଳ କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ରାହୁଲ ଫସିଥିବା ସ୍ଥାନରେ ସାପ ଥିବା ମଧ୍ୟ ଜଣାପଡ଼ିଥିଲା । ଖବର ଓଡ଼ିଶା, Reporter, 24/06/2022