ବିହାର ବିଧାନସଭା ନିର୍ବାଚନ: ଭର୍ଚ୍ୟୁଆଲ ରାଲି ଜରିଆରେ ନେତାଙ୍କ ସହ ସଂପର୍କ କରିବେ ଅମିତ ଶାହା
Khabar Odisha:Politics-BJP-Union-home-Minister-Amit-Shah-virtual-rally-in-Patna-in-Bihar-today

ପାଟଣା, ଜୁନ ୦୭ (ଖବର ଓଡ଼ିଶା): ବିହାରରେ ଆଜି ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବ । କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଭର୍ଚ୍ୟୁଆଲ ରାଲି ଜରିଆରେ ନେତାଙ୍କ ସହିତ ସଂପର୍କ କରିବେ । ବିଜେପି ଫର ବିହାର ଲାଇଭ ମାଧ୍ୟମରେ ସମସ୍ତ ୨୪୩ ଆସନର ୭୨ ହଜାର ବୁଥ ଉପରେ ଅମିତ ଶାହ ବିଜେପିର ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଜଡ଼ିତ ରହିବେ । 

ବିଜେପି ପାଖାପାଖି ୭୨ ହଜାର ବୁଥ ଉପରେ ପ୍ରସାରଣର ବ୍ୟବସ୍ଥା କରିଛି । ବିଜେପି ଏହି ଭର୍ଚ୍ୟୁଆଲ ରାଲି ପାଇଁ ନିଜର ବଳ ପ୍ରଦର୍ଶନ କରିବ । ନିଜେ ବିଜେପି ବିହାର ମୁଖପାତ୍ର ଭୂପେନ୍ଦ୍ର ଯାଦବ ଓ ସଂଗଠନ ମହାସଚିବ ବିଆଇ ସନ୍ତୋଷ ଏଥି ପାଇଁ ପାଟଣା ପହଂଚିସାରିଛନ୍ତି । 

ବିଜେପିର ଭର୍ଚ୍ୟୁଆଲ ରାଲିକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବା ପାଇଁ ୨ ଶହ ସ୍ଥାନରେ ଏଲସିଡି ସ୍କ୍ରିନ ଲଗାଯାଇଛି । ଅପରାହ୍ନ ୪ଟରେ ଅମିତ ଶାହା ରାଲିକୁ ସମ୍ବୋଧନ କରିବେ । ଜନ ସମ୍ବାଦ ରାଲିକୁ ସଫଳ ରୂପ ଦେବା ପାଇଁ ପାର୍ଟି ସାଂସଦ, ବିଧାୟକ, ବିଧାନ ପାର୍ଷଦ, ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବିଧାନସଭା ମୁଖପାତ୍ର ଓ ପୂର୍ବତନ ପ୍ରାର୍ଥୀମାନେ ଜୋରଦାର ଉଦ୍ୟମ କରିଛନ୍ତି । 

ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରତିଟି ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲାଗିଛି । କାର୍ଯ୍ୟକ୍ରମ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଉଛି । ରାଜ୍ୟ ସଭାପତି ସଂଜୟ ଜୟସ୍ୱାଲ ଓ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ବିଜେପିର ବରିଷ୍ଠ ନେତା ପାଟଣା ବିଜେପି କାର୍ଯ୍ୟାଳୟରେ ଉପସ୍ଥିିତ ରହିବେ । 

ଅନ୍ୟପଟରେ ବିଜେପିର ଏହି କାର୍ଯ୍ୟକ୍ରମକୁ ଚ୍ୟାଲେଞ୍ଜ କରିଛି ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) । ବିଜେପି ପୂର୍ବରୁ ଜୁନ ୯ରେ ଭର୍ଚ୍ୟୁଆଲ ରାଲି କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ କିଛି ଘଣ୍ଟା ପରେ ଆରଜେଡି ମଧ୍ୟ ଜୁନ ୯ରେ ହିଁ ଗରିବ ଅଧିକାର ରାଲି ପାଇଁ ଘୋଷଣା କରିଥିଲା । କିନ୍ତୁ ପରେ ବିଜେପି ନିଜର ରାଲିକୁ ଜୁନ ୭ରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା । ସେହିପରି ଆରଜେଡି ମଧ୍ୟ ଆଜି ନିଜର ରାଲି ଆୟୋଜନ କରିବ । ଆରଜେଡି ଆଜି ଦିନ ୧୧ଟା ୧୧ ମିନିଟରେ ଥାଳି ବଜାଇବ ।  

 

  • Tags:

Subscribe

National International State Sports Entertainment