ବ୍ୟବସାୟୀ ଓ ଠିକାଦାରଙ୍କୁ ମାଓବାଦୀ ନାମରେ ମାଗୁଥିଲେ ପଇସା, ୨ ଜଣଙ୍କୁ ଗିରଫ କଲା ପୋଲିସ କଳାହାଣ୍ଡି, ଜୁନ ୨୫(ଖବର ଓଡିଶା): Share story: ବ୍ୟବସାୟୀ ଓ ଠିକାଦାରଙ୍କୁ ମାଓବାଦୀ ନାମରେ ମାଗୁଥିଲେ ପଇସା । ଏହି ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ୨ ଜଣ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ବିଭିନ୍ନ ବ୍ୟବସାୟୀ ତଥା ଠିକାଦାରଙ୍କୁ ଟଙ୍କା ମାଗନ୍ତି । ତେବେ ୨ ଜଣ ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ନେଇଥିବା ଜଣାପଡିଛି । ଏହାସହିତ ସେମାନଙ୍କ ନାଁରେ ବିଭିବ୍ବ ଥାନାରେ ପ୍ରାୟ ୫ରୁ ଅଧିକ ମାମଲା ମଧ୍ୟ ରହିଛି । ସେମାନଙ୍କ ପାଖରୁ ୩ଟି ମୋବାଇଲ ଫୋନ, ଏକ ଲକ୍ଷ ନଗଦ ଟଙ୍କା, ଏକ ବାଇକକୁ ଜବତ କରାଯାଇଛି । ଏନେଇ କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଖବର ଓଡ଼ିଶା, Reporter, 25/06/2022