ଛତିଶଗଡ, ନଭେମ୍ବର 26(ଖବର ଓଡ଼ିଶା)
ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ମିରତୁର ଥାନା ଅଂଚଳରେ ପମେଡା ଜଂଗଲରେ ଗତକାଲି ରାତିରେ ସିଆରପିଏଫ, ଡିଆରଜି ଏବଂ ଏସଟିଏଫ ଯବାନ ଜଂଗଲରେ ପଶି ସର୍ଚ୍ଚ ଅପରେସନ କରିଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ।
ପରେ ଯବାନ ପାଲଟା ଜବାବ ଦେଇଥିଲେ। ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ଏଥିରେ ଜଣେ ମହିଳା କ୍ୟାଡର ମାଓବାଦୀ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ଡିଭିସିଏମ ମୋହନ କଡତି, ଡିଭିସି ସୁମିତ୍ରା ଏବଂ ମାରୱାଡା ଏଲଓସି ରମେଶ ସମେତ ଅନ୍ୟ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ଯବାନଙ୍କୁ ସୂଚନା ମିଳିଥିଲା।