ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଟଙ୍କା ଶନିବାର କୃଷକଙ୍କ ଆକାଉଣ୍ଟକୁ ଆସିବ। ପ୍ରତ୍ୟକ୍ଷ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ୯.୪ କୋଟିରୁ ଅଧିକ ଚାଷୀ ୨୦,୦୦୦ କୋଟି ଟଙ୍କାରୁ ଅଧିକ ଲାଭ ପାଇବେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାର ୧୮ତମ କିସ୍ତି ମହାରାଷ୍ଟ୍ରର ୱାଶିମରୁ ଉନ୍ମୋଚନ କରିବେ।
ଏହି ଯୋଜନା ୨୪ ଫେବ୍ରୁଆରି ୨୦୧୯ରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଜମିଧାରୀ ଚାଷୀଙ୍କୁ ପ୍ରତିବର୍ଷ ୩ଟି ସମାନ କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ୧୮ତମ କିସ୍ତି ଅର୍ଥ ପ୍ରଦାନ ହେବା ମାତ୍ରେ ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ମୋଟ ୩.୪୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଯିବ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୮ରେ ପିଏମ୍-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ୩ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ପ୍ରାୟ ୨୦,୦ କୋଟି ଟଙ୍କା ଟ୍ରାନ୍ସଫର କରିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଚୌହାନ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୧୧ କୋଟି କୃଷକଙ୍କ ଆକାଉଣ୍ଟକୁ ୩ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।
ଜୁନ୍ ୧୮ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବୋଲି ଚୌହାନ କହିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ କୃଷକଙ୍କ କଲ୍ୟାଣ ସହ ଜଡିତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ କାର୍ଯ୍ୟ କରୁଛନ୍ତି ବୋଲି ସେ ଆଲୋକପାତ କରିଥିଲେ।
ଅଧିକ ପଢ଼ନ୍ତୁ: ଭାରତୀୟ ଅର୍ଥନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସୁଛି: ପ୍ରଧାନମନ୍ତ୍ରୀ ମୋଦୀ