ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ : ମନେପଡନ୍ତି ପ୍ରବାଦ ପୁରୁଷ
Khabar Odisha:Odisha-remembers-ex-CM-Biju-Patnaik-on-his-26th-death-anniversary
ଖବର ଓଡିଶା : 17/04/2023

ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଇହଲୀଳା ତ୍ୟାଗକୁ ପୂରିଛି ୨୬ ବର୍ଷ। ୧୭ ଅପ୍ରେଲ ୧୯୯୭ରେ  ପ୍ରାଣ ତ୍ୟାଗ କରିଥିଲେ କଳିଙ୍ଗବୀର ବିଜୁ ବାବୁ l ପ୍ରବାଦ ପୁରୁଷଙ୍କ ଧର୍ଯ୍ୟ, ସାହସ ଏବଂ ବିରତ୍ୱକୁ ଆଜି ବି ମନେ ପକାଉଛି ଦେଶ ।

ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭ କରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ। ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତି ହୋଇଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭ କରିଥିଲା। ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ। ବିଜୁ ପଟ୍ଟନାୟକ ୧୯୩୮ ମସିହାରେ ଜ୍ଞାନ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ବିଜୁ ବାବୁଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ (ପ୍ରେମ ପଟ୍ଟନାୟକ, ନବୀନ ପଟ୍ଟନାୟକ, ଗୀତା ମେହେଟା)। ପାରାଦୀପରେ ଏକ ବୃହତ୍ତ ବନ୍ଦର ସ୍ଥାପନା ପାଇଁ ସେ ପ୍ରଥମେ ପଦକ୍ଷେପ ନେଇଥିଲେ। ସେ ତାଙ୍କର ଦ୍ଵିତୀୟ ଶାସନକାଳ ମଧ୍ୟରେ ଓଡ଼ିଶାକୁ ୩୦ଟି ଜିଲ୍ଲାରେ ବିଭକ୍ତ କରିଥିଲେ। ସେ ଦୁଇ ଦୁଇ ଥର ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୭ ଏପ୍ରିଲ ୧୭ରେ ତାଙ୍କର ପରଲୋକ ହୋଇଥିଲା। 

Subscribe

National International State Sports Entertainment