ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ ବଟନ୍ ଓ ଟ୍ରାକିଂ ଡ଼ିଭାଇସ୍,ଜାରୀ ହେଲା ଧାର୍ଯ୍ୟ ସମୟ ଭୁବନେଶ୍ୱର ,ସେପ୍ଟେମ୍ବର 22(ଖବର ଓଡ଼ିଶା): Share story: ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ ବଟନ୍ ଓ ଟ୍ରାକିଂ ଡ଼ିଭାଇସ୍ । ଭେଇକିଲ ଲୋକେସନ୍ ଟ୍ରାକିଂ ଡ଼ିଭାଇସ୍ ଓ ପାନିକ୍ ବଟନ୍ ଲାଗିବା ଫଳରେ ଗାଡ଼ିର ଅବସ୍ଥିତି ନେଇ ସୁଚନା ଦେବ ଲୋକେସନ୍ ଟ୍ରାକିଂ ଡ଼ିଭାଇସ୍ । କେବଳ ଏତିକି ନୁହେଁ ଏହା ଛଡ଼ା ଚାଳକଙ୍କୁ ଗୁରୁତ୍ୱପୁର୍ଣ୍ଣ ସନ୍ଦେଶ ମଧ୍ୟ ସୁଚାଇବ । ୨୦୨୨ ଡ଼ିସେମ୍ବର ୩୧ ପୁର୍ବରୁ ବଡ଼ ଗାଡ଼ି ଚାଳକଙ୍କୁ ଏହି ଡ଼ିଭାଇସ୍ ଲଗାଇବାକୁ ପରାମର୍ଶ ଦିଆଯାଇଛି । ୨୦୨୩ ରେ ଖର୍ଦ୍ଦି ଗାଡ଼ିରେ ରେଜିଷ୍ଟ୍ରେସନ୍ ପୁର୍ବରୁ ଡ଼ିଭାଇସ୍ ଲଗାଇଥିବା ଜରୁରୀ ଅଟେ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଖବର ଓଡ଼ିଶା, Reporter, 22/09/2022