କୋଲକାତା: 'ନବନ୍ନା ବିକ୍ଷୋଭ ଶୋଭାଯାତ୍ରା'କୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ପଶ୍ଚିମବଙ୍ଗ ଛାତ୍ର ସମାଜ ପକ୍ଷରୁ ନବନ୍ନା ଅଭିଯାନ ଡାକରା ଦିଆଯାଇଛି। ସେମାନେ ଆଜି ଏକ ରାଲି କରୁଛନ୍ତି। ବିଜେପି ଏହି ବିକ୍ଷୋଭକୁ ସମର୍ଥନ କରିଛି। ସେପଟେ ବାମପନ୍ଥୀ ଦଳମାନେ ଏହି ବିକ୍ଷୋଭରୁ ନିଜକୁ ଅଲଗା କରିଛନ୍ତି।
ନବନ୍ନା ଅଭିଯାନକୁ ଦୃଷ୍ଟିରେ ରଖି କୋଲକାତା ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ସହରରେ ୬୦୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଛି। ଏହାବ୍ୟତୀତ ୧୯ଟି ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫ଟି ଆଲୁମିନିୟମ ବ୍ୟାରିକେଡ୍ ଲଗାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ନିର୍ମାଣ କରାଯାଇଛି। ଦିନସାରା କୋଲକାତା ପୁଲିସ ଯୁଗ୍ମ କମିଶନର (ମୁଖ୍ୟାଳୟ) ମିରାଜ ଖାଲିଦ ପୁଲିସ କଣ୍ଟ୍ରୋଲ ରୁମର ସିସିଟିଭି ଫୁଟେଜ୍ ଉପରେ ନଜର ରଖିବେ।
୧୬୦ରୁ ଅଧିକ ଡିସିଆରଏଫ ଯବାନଙ୍କୁ ନିୟୋଜିତ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ନବନ୍ନା ଭବନରେ ରହିଛନ୍ତି। ସିପି ବିନୀତ ଗୋଏଲ ପୁଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରଣ କରୁଛନ୍ତି।
ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡର ଅନେକ ଜିଲ୍ଲାରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୯