ହାଇଦ୍ରାବାଦ: ହାଇଦ୍ରାବାଦ ପୋଲିସକୁ ଏକ ଲାଲ ସୁଟକେସ୍ ମିଳିଛି। ଯାଞ୍ଚ ସମୟରେ ଏଥୁରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ୨୪ ଘଣ୍ଟା ମଧ୍ୟରେ ହତ୍ୟା ରହସ୍ୟ ପର୍ଦ୍ଦାଫାସ କରିଛି। ପୋଲିସ ଏହି ମାମଲାରେ ମହିଳାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ଗିରଫ କରିଛି। ଅଭିଯୁକ୍ତ ହତ୍ୟା ଅପରାଧ ସ୍ୱୀକାର କରିଛି। ପୁରୁଷ ଜଣକ ନେପାଳର ବାସିନ୍ଦା। ସେ କହିଛି ଯେ ସେ ହିଁ ମୃତଦେହକୁ 'ଟ୍ରାଭେଲ୍ ବ୍ୟାଗ'ରେ ଭର୍ତ୍ତି କରି ଏକ ନିର୍ଜନ ଅଞ୍ଚଳରେ ଫିଙ୍ଗି ଦେଇଥିଲା।
ସାଇବରାବାଦ ପୋଲିସ କହିଛି ଯେ ହତ୍ୟା କରାଯାଇଥିବା ମହିଳା (୩୩) ଏବଂ ଅଭିଯୁକ୍ତ (୩୦) ଉଭୟ ନେପାଳର ମୂଳ ବାସିନ୍ଦା। ଉଭୟଙ୍କ ପରିଚୟ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।
ଗତ ୪ ତାରିଖରେ ବାଚୁପଲ୍ଲୀ ଅଞ୍ଚଳର ବୁଦାରୁ ମହିଳାଙ୍କ ମୃତଦେହ ଏକ ବଡ଼ ଟ୍ରାଭେଲ୍ ବ୍ୟାଗରେ ମିଳିଥିଲା ଏବଂ ପ୍ରାରମ୍ଭିକ ଭାବରେ ତାଙ୍କର ପରିଚୟ ମିଳିନଥିଲା। ଏହି ସମ୍ପର୍କରେ ବାଚୁପଲ୍ଲୀ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା।
ପୋଲିସ ଡେପୁଟି କମିଶନର (ବାଲାନଗର ଜୋନ୍) ସୁରେଶ କୁମାର କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପାଞ୍ଚଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ପୋଲିସ ୫ ଜୁନ୍ ରାତିରେ ଏଠାକାର ବୋରାମପେଟ୍ ରୁ ଏକ ଫାଷ୍ଟଫୁଡ୍ ଷ୍ଟଲରେ କାମ କରୁଥିବା ଅଭିଯୁକ୍ତକୁ ଗିରଫ କରିଥିଲା। ତାଙ୍କୁ ବାଚୁପଲ୍ଲୀ ପୋଲିସ ଷ୍ଟେସନକୁ ଅଣାଯାଇଥିଲା ଏବଂ ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଥିଲା।
ପୋଲିସ କହିଛି ଯେ ମହିଳା ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଚାଟିଂ ସମୟରେ ସେମାନଙ୍କ ବନ୍ଧୁତା ଗଭୀର ହୋଇଥିଲା। ଉଭୟ ପରସ୍ପରକୁ ପ୍ରେମ କରି ବିବାହ ପ୍ରସ୍ତାବ ଦେଇଥିଲେ। ତା'ପରେ ମହିଳା ଜଣକ ଯୁବକଙ୍କୁ ଭେଟିବା ପାଇଁ ନେପାଳରୁ ଏପ୍ରିଲ ୧୫ରେ ହାଇଦ୍ରାବାଦ ଆସିଥିଲେ ଏବଂ ଉଭୟ ବୋରାମପେଟରେ ଏକ ଭଡା ଘରେ ଏକାଠି ରହିବା ଆରମ୍ଭ କରିଥିଲେ।
ପୋଲିସ କହିଛି , ଗତ ମେ’ ୨୩ ମଇ ସକାଳେ ମହିଳାଙ୍କ ଗର୍ଭଧାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ମହିଳା ଗର୍ଭପାତ କରିବାକୁ ଚାହୁଁଥିଲେ। କିନ୍ତୁ ସେ (ଅଭିଯୁକ୍ତ) ଏହା ବିରୁଦ୍ଧରେ ଥିଲେ, ଯାହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।।
କ୍ରୋଧରେ ସେ ମହିଳାଙ୍କୁ ନାଇଲନ୍ ସୂତାରେ ଗଳାକାଟି ହତ୍ୟା କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତା'ପରେ ପୁରୁଷ ଜଣକ ମହିଳାଙ୍କ ମୃତଦେହକୁ ଏକ ଟ୍ରାଭେଲ୍ ବ୍ୟାଗରେ ଭର୍ତ୍ତି କରି ଦୁଇ କିଲୋମିଟରରୁ ଅଧିକ ସମୟ କାନ୍ଧରେ ବୋହି ନେଇ ବାଚୁପଲ୍ଲୀର ଏକ ନିର୍ଜନ ଅଞ୍ଚଳରେ ପକାଇ ପଳାଇ ଯାଇଥିଲେ।
ଅଧିକ ପଢ଼ନ୍ତୁ: ଦଳ-ପରିବାରରୁ ବହିଷ୍କୃତ ତେଜ ପ୍ରତାପ ଯାଦବ କହିଲେ…