ଜିଓର ଏହି ଗ୍ରାହକଙ୍କୁ କରିବାକୁ ପଡିବନି ଆଇୟୁସି ରିଚାର୍ଜ, ଫ୍ରିରେ ହୋଇ ପାରିବେ କଥା
Khabar Odisha:National-news-Jio-IUC-Calling-Charges-Only-These-Customer-Have-To-Recharge-Details-Here
ନୂଆଦିଲ୍ଲୀ,ଅକ୍ଟୋବର ୧୦ (ଖବର ଓଡ଼ିଶା):

ଅକ୍ଟୋବର 9 ତାରିଖରୁ ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କଠାରୁ ଇଣ୍ଟରକନେକ୍ଟ ୟୁଜେସ ଚାର୍ଜ ନେବା ପାଇଁ ଘୋଷଣ କରିଛି । ଏପରି ସ୍ଥିତିରେ ଜିଓ ଗ୍ରାହକ ଯଦି ଅନ୍ୟ କମ୍ପାନୀର ନେଟୱାର୍କରେ ଫୋନ କରନ୍ତି ତେବେ ତାଙ୍କୁ ପ୍ରତି ମିନିଟ ପିଛା 6 ପଇସା ଦେବାକୁ ପଡିବ ଏବଂ ଏଥିପାଇଁ ତାଙ୍କ ଅଲଗାରେ 10, 20, 50 ଏବଂ 100 ଟଙ୍କାର ରିଚାର୍ଜ କରିବାକୁ ପଡିବ । 

ଏହାସହ ଜିଓ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଜିଓ ନେଟୱାର୍କରେ ସବୁଦିନ ପରି କଲିଂ ଫ୍ରି ରହିବ । ଏଠାରେ କହିରଖୁଛି ଯେ ଯେଉଁ ଉପଭୋକ୍ତମାନେ ପୂର୍ବରୁ ରିଚାର୍ଜ କରି ସାରିଛନ୍ତି ଏବଂ ତାଙ୍କର ଭେଲିଡିଟି ବଳକା ରହଛି ସେହିମାନଙ୍କୁ ଅନ୍ୟ ନେଟୱାର୍କକୁ କଲ କରିବା ପାଇଁ ପଇସା ଦେବାକୁ ପଡିବନି । ଆସନ୍ତୁ ଜାଣିବା ବିସ୍ତାରରେ...

ଉଦାହରଣ ସ୍ୱରୁପ ଉପରେ ଥିବା ଫଟୋକୁ ଦେଖନ୍ତୁ । ଏହି ପ୍ଲାନର ବୈଧତା 26 ଡିସେମ୍ୱର ପର୍ଯ୍ୟନ୍ତ ରହିଛି ଅର୍ଥାତ ଡିସେମ୍ୱର 26 ପର୍ଯ୍ୟନ୍ତ ଆପଣଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡିବନି । ଏପରି ସ୍ଥିତିରେ ଆପଣ ଅନ୍ୟ କମ୍ପାନୀର ନେଟୱାର୍କକୁ ଡିସେମ୍ୱର 26, 2019 ପର୍ଯ୍ୟନ୍ତ ଫ୍ରିରେ କଥା ହୋଇ ପାରିବେ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଯେଉଁ ଲୋକମାନେ ଅକ୍ଟୋବର 10 ତାରିଖ ଅବା ଏହାପରେ ରିଚାର୍ଜ କରନ୍ତି ତାଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡିବ । ଯେଉଁ ଲୋକମାନଙ୍କ ବର୍ତ୍ତମାନ ପ୍ଲାନର ବୈଧତା ବଳକା ରହିଛି ତାଙ୍କୁ ଏହି ଚାର୍ଜ ଦେବାକୁ ପଡିବନି ।   

Subscribe

National International State Sports Entertainment