କରୋନା ମହାମାରୀ ୩.୭ କୋଟି ଲୋକଙ୍କ ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ କଲା: ଗେଟସ୍ ଫାଉଣ୍ଡେସନ
Khabar Odisha:Nation-Coronavirus-pushes-37-million-people-into-extreme-poverty-claimed-gates-foundation

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ବିଲ ଆଣ୍ଡ ମିଲିନ୍ଦା ଗେଟସ୍ ଫାଉଣ୍ଡେସନ ଏକ ରିପୋର୍ଟରେ ଦାବି କରିଛି ଯେ, କରୋନା ମହାମାରୀ ଯୋଗୁଁ ଗରିବ ଲୋକଙ୍କ ଆର୍ଥିକ ପରିସ୍ଥିତି ଆହୁରି ଦୁର୍ବଳ ହୋଇଯାଇଛି । ଏହାର କାରଣରୁ ୩.୭ କୋଟି ଲୋକଙ୍କୁ ଆହୁରି ଅଧିକ ଗରିବ ହେବାକୁ ପଡ଼ିଛି । ଯେଉଁମାନେ ପୂର୍ବରୁ ଗରିବ ଥିଲେ, ଏବେ ସେମାନଙ୍କର ଅବସ୍ଥା ଆହୁରି ସଂକଟାପନ୍ନ ହୋଇଯାଇଛି । ମହାମାରୀ ସେମାନଙ୍କର ଜୀବନକୁ ଆହୁରି ଗରିବ କରିଦେଇଛି । ଫଳରେ ଏହି ଶ୍ରେଣୀର ଲୋକେ ଗରିବ ଓ ଅଭାବୀ ଜୀବନ ନେଇ ବଂଚିବାକୁ ବାଧ୍ୟ ହୋଇଛନ୍ତି । 

କରୋନା ମହାମାରୀ ଯୋଗୁଁ ବିଶ୍ୱର ବିକଶିତ ଦେଶର କୋଟି ୭୦ ଲକ୍ଷ ଲୋକ ପ୍ରତିଦିନ ଭାରତୀୟ ମୁଦ୍ରା ଅନୁସାରେ ଦିନକୁ ୧୪୦ରୁ କମ ଟଙ୍କା ରୋଜଗାର କରନ୍ତି । ଏହା ଗରିବ ସ୍ଥିତି କୁହାଯିବ । ଦିନକୁ ୨୪୦ରୁ କମ ଟଙ୍କା ରୋଜଗାର କରୁଥିଲେ ଏହାକୁ କମ ଆୟ ବର୍ଗରେ ସାମିଲ କରାଯାଇଥାଏ । କିନ୍ତୁ ଭାରତରେ ଏହା ଆହୁରି କମ ବୋଲି ରିପୋର୍ଟରେ କୁହାଯାଇଛି । ସବୁଠାରୁ କ୍ଷୋଭର ବିଷୟରେ ୬.୮ କୋଟି ଲୋକଙ୍କର କୌଣସି ରୋଜଗାର ନାହିଁ । 

 

  • Tags:

Subscribe

National International State Sports Entertainment