କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ କରୋନା
Khabar Odisha:Nation-Union-Minister-Arjun-Meghwal-tests-positive-for-coronavirus-COVID-19

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): କେନ୍ଦ୍ର ଜଳ ସମ୍ବଳ ମନ୍ତ୍ରୀ (ରାଷ୍ଟ୍ରପାହ୍ୟା) ଅର୍ଜୁନ ରାମ ମେଘୱାଲ ଶନିବାର କହିଛନ୍ତି, ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମେଘୱାଲଙ୍କୁ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି । ମେଘୱାଲ ହେଉଛି ୪ର୍ଥ କେନ୍ଦ୍ରମନ୍ତ୍ରୀ, ଯିଏକି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 

ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ମୁଁ କରୋନା ପରୀକ୍ଷା କରାଇଛି ବୋଲି ଶ୍ରୀ ମେଘୱାଲ ଟୁଇଟ କରି କହିଛନ୍ତି । ପ୍ରଥମ ଥର ନେଗେଟିଭ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ପଜିଟିଭ ଆସିଥିଲା । ମୁଁ ଏବେ ସୁସ୍ଥ ଅଛି ଏବଂ ଏମ୍ସ ଡାକ୍ତରଙ୍କ ପରାମର୍ଶରେ ଭର୍ତ୍ତି ହୋଇଛି । ମୁଁ ଅପିଲ କରୁଛି ଯେ, ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଦୟାକରି କରୋନା ନମୁନା ପରୀକ୍ଷା କରାଇ ନିଅନ୍ତୁ । 

 

  • Tags:

Subscribe

National International State Sports Entertainment