କେଜ୍ରିୱାଲଙ୍କ ୮୦ ବର୍ଷ ପୁରୁଣା ଘରର ଛାତ ଭୁଶୁଡ଼ିଲା, ବର୍ତ୍ତିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ
Khabar Odisha:Nation-Roof-of-delhi-cm-chamber-at-his-residence-collapses-because-of-heavy-rainfall

ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡ଼ିଶା): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଏକ ବଡ଼ ଦୁର୍ଘଟଣା ହୋଇପାରି ନାହିଁ । ସିଭିଲ ଲାଇନ୍ସରେ ତାଙ୍କ ଘରର ଏକ ଛାତର ଏକ ଭାଗ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ସବୁଠାରୁ ଖୁସିର କଥା ଯେ, ଏହି ଦୁର୍ଘଟଣାରେ କୌଣସି ଲୋକ ଆହତ ହୋଇ ନାହାନ୍ତି । ଛାତକୁ କିଛି ଦିନ ପୂର୍ବରୁ ମରାମତି କରାଯାଇଥିଲା । ଗାଧୁଆ ଘରର ଛାତ ମଧ୍ୟ ଭାଙ୍ଗିଯାଇଛି । ଏହି ଘଟଣା ପରେ ୮୦ ବର୍ଷ ପୁରୁଣା କୋଠାର ସ୍ଥିତି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 

ସରକାରୀ ସୂତ୍ର ଅନୁସାରେ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବର ବାର ରୁମ ଭଳି ଥିଲା, ଯେଉଁଠାରେ ସବୁବେଳେ ବୈଠକ ବସୁଥିଲା । ସୌଭାଗ୍ୟର କଥା ଯେ, ଘଟଣା ସମୟରେ ଚ୍ୟାମ୍ବରରେ କେହି ନଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଘରର ଏକ ଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବର କରାଯାଇଛି । ଯେଉଁ ଛାତ ଭାଙ୍ଗିଯାଇଛି, ଏହା ଅରବିନ୍ଦ କେଜ୍ରିୱାଲଙ୍କ ପର୍ସନାଲ ଚ୍ୟାମ୍ବର ଥିଲା । 

ସୂତ୍ର ଅନୁସାରେ ଯେଉଁ ଘରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଆସୁଛନ୍ତି, ଏହାକୁ ୧୯୪୨ ମସିହାରେ ନିର୍ମାଣ କରାଯାଇଥିଲା । ଏହି ଘରକୁ ବର୍ଷ ସାରା ବିଭିନ୍ନ ସମୟରେ ମରାମତି କରାଯାଉଛି । ବିଗତ ୩ ସପ୍ତାହ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଫଳରେ କୋଠା ଦୁର୍ବଳ ହୋଇଯାଇଥାଇପାରେ ବୋଲି ଅନୁମାନ କରାଯାଉଛି । 

 

  • Tags:

Subscribe

National International State Sports Entertainment