ହିମାଚଳରେ ପ୍ରବଳ ବର୍ଷା-ଭୂସ୍ଖଳନ: ଲାହୌଲ ଓ ସ୍ପିତିରେ ଫସିଲେ ୧୪୪ ପର୍ଯ୍ୟଟକ
Khabar Odisha:Nation-Rain-in-Himachal-Pradesh-and-Jammu-Kashmir-alarm-for-next-24-hours

ନୂୂଆଦିଲ୍ଲୀ, ଜୁଲାଇ ୩୦ (ଖବର ଓଡ଼ିଶା): ହିମାଚଳ ପ୍ରଦେଶର ଲାହେଲ ଏବଂ ସ୍ପିତିରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହୋଇଛି । ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୪୪ ଜଣ ପର୍ଯ୍ୟଟକ ଫସିଯାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପଟ୍ଟନ ଘାଟୀରେ ୨୦୪ ଜଣ ପର୍ଯ୍ୟଟକ ଫସିଥିଲେ । ସେଥିରୁ ୬୦ ଜଣଙ୍କୁ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ କୌଶଳକ୍ରମେ ଉଦ୍ଧାର କରିଛନ୍ତି । 

ପାଗ ଖରାପ ଥିଲେ ମଧ୍ୟ ବାୟୁସେନା ଗୁରୁବାର ଜମ୍ମୁ କଶ୍ମୀରର ବର୍ଷା ଓ ଭୂସ୍ଖଳନ ଘଟଣାରେ ପ୍ରଭାବିତ କିଶତୱାଡ଼ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା । ବାୟୁସେନାର ଯବାନମାନେ ନିଖୋଜ ୨୦ ଜଣଙ୍କ ଠିକଣା ଖୋଜିବାରେ ବ୍ୟସ୍ତ ଥିଲେ । ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି । 

ଭାରତୀୟ ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ମଧ୍ୟପ୍ରଦେଶର ୧୫ଟି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ । ପୂର୍ବ, ପଶ୍ଚିମ ଓ ମଧ୍ୟ ଭାରତରେ ଆଗାମୀ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।   

 

  • Tags:

Subscribe

National International State Sports Entertainment