ବଲିଉଡ୍ ଡାଇରେକ୍ଟର (ନିର୍ଦ୍ଦେଶକ) ରାମ ଗୋପାଳ ବର୍ମା ଇଣ୍ଡଷ୍ଟ୍ରିର ସେହି କେତେକ ବଛାବଛା ନାମଗୁଡ଼ିକ ମଧ୍ୟରେ ଆସନ୍ତି, ଯିଏ ନିଜ ସମୟରେ ପ୍ରଚୁର ଷ୍ଟାରଡମ୍ ଦେଖିଛନ୍ତି କିନ୍ତୁ ଏବେ ତାଙ୍କ କଥାକୁ ଲୋକେ ଗୁରୁତ୍ୱ ଦେବାକୁ ପସନ୍ଦ କରନ୍ତି ନାହିଁ। ଏହା ପଛରେ ମଧ୍ୟ ହାତ ଆରଜିଭି (RGV) ଙ୍କର ହିଁ ଅଟେ। ତେଣିକି ତାହା ଅଜବ ପ୍ରକାରର ଭିଡିଓରେ ନିଜକୁ ଝିଅମାନଙ୍କ ସହ ଦେଖାଇବା ହେଉ, କିମ୍ବା କୌଣସି ବିଷୟ ଉପରେ ନିଜର ମତାମତ ରଖିବା ହେଉ। ରାମୁଙ୍କୁ ପ୍ରାୟତଃ ଲୋକଙ୍କ ସମାଲୋଚନାର ହିଁ ସାମ୍ନା କରିବାକୁ ପଡ଼ିଥାଏ।
୧୯୯୩ ମୁମ୍ବାଇ ସହର ଇତିହାସର ସବୁଠାରୁ କଷ୍ଟଦାୟକ ଏବଂ କଳା ଅଧ୍ୟାୟ ଗୁଡ଼ିକ ମଧ୍ୟରୁ ଏକ ଅଟେ। ୧୨ ମାର୍ଚ୍ଚରେ ମୁମ୍ବାଇ (ସେହି ସମୟର ବମ୍ବେ)ର ଅଲଗା ଅଲଗା ଅଞ୍ଚଳରେ ପ୍ରାୟ ୨ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ୧୨ ରୁ ୧୩ଟି ସିରିଜ୍ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣ ମୁମ୍ବାଇକୁ ଅନେକ କ୍ଷତ ଦେଇଥିଲା। ଆକ୍ରମଣର ମାଷ୍ଟରମାଇଣ୍ଡ ଭାବେ ଦାଉଦ୍ ଇବ୍ରାହିମର ନାମ ସାମ୍ନାକୁ ଆସିଥିଲା। ଆଜି ବି ଦାଉଦ୍ ଭାରତର ସବୁଠାରୁ ବଡ଼ ଏବଂ କୁଖ୍ୟାତ ଅପରାଧୀ ମାନଙ୍କ ମଧ୍ୟରୁ ଜଣେ ଅଟେ।
ରାମ ଗୋପାଳ ବର୍ମା କ’ଣ କହିଲେ?
ନିକଟରେ ଏକ ସାକ୍ଷାତକାର ସମୟରେ ରାମୁ ଦାଉଦ୍କୁ ନେଇ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, - ‘ମୋର ଏହା ମାନିବା କଥା ଯେ ୯୩ ବିସ୍ଫୋରଣରେ ଦାଉଦ୍ର ହାତ ନାହିଁ। ଏପରି ମାନିବା ପଛରେ ମୋ ପାଖରେ ଅନେକ କାରଣ ଅଛି। ସେ ଚାର୍ଜସିଟ୍ରେ ଅଭିଯୁକ୍ତ ନମ୍ବର ୧ ଅଟନ୍ତି। ୧୩ ବର୍ଷ ପରେ ବି ଟାଡା (TADA) କେସ୍ରେ ଆଜି ପର୍ଯ୍ୟନ୍ତ କାହା ହାତରେ କୌଣସି ବଳିଷ୍ଠ ପ୍ରମାଣ, ଘଟଣାସ୍ଥଳର କୌଣସି ସାକ୍ଷୀ କିମ୍ବା ପ୍ରମାଣ ମିଳିନାହିଁ, ଯାହା ତାଙ୍କୁ ସଠିକ୍ ଅର୍ଥରେ ଅଭିଯୁକ୍ତ ବୋଲି ପ୍ରମାଣିତ କରିବ। ରାମୁ ଆଗକୁ କହିଥିଲେ- ସେ ମୋତେ ଫୋନ୍ କରିଥିଲା। କିଏ ଜାଣେ କିଏ କାହାକୁ କଲ୍ କଲା, କାହା ସ୍ୱରରେ। ମୁଁ ଦାଉଦ୍କୁ କୌଣସି କଥାରୁ ବାହାର କରୁନାହିଁ, କିନ୍ତୁ ତାଙ୍କୁ ଯାହା ସେ ଅଟନ୍ତି ତାହାଠାରୁ କେତେ ଗୁଣା ଅଧିକ ଦର୍ଶାଯାଏ।’
‘ଏଥିରେ ତାଙ୍କର କୌଣସି ଫାଇଦା ନଥିଲା’
ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି ଯେ, ‘ତାଙ୍କର ଯେଉଁ ପର୍ସନାଲିଟି ବିଷୟରେ ମୁଁ ଶୁଣିଛି, ଯେଉଁମାନେ ତାଙ୍କୁ ଭେଟିଛନ୍ତି କିମ୍ବା ତାଙ୍କୁ ଜାଣିଛନ୍ତି। ଏହି କଥା ବୁଝାପଡ଼େ ନାହିଁ ଯେ ସେ ଏଭଳି କିଛି କାହିଁକି କରିବେ। ସେ ଜଣେ ବିଜନେସମ୍ୟାନ୍, ଅୟସ କରନ୍ତି। ସେ ନିଜ ଆଖପାଖରେ ସୁନ୍ଦର ମହିଳାମାନେ ରୁହନ୍ତୁ ବୋଲି ଚାହେଁ, କିନ୍ତୁ ବ୍ଲାଷ୍ଟ କରିବା ଦ୍ୱାରା ତାକୁ କିଛି ମିଳେନାହିଁ। ବମ୍ବେ ତାଙ୍କର ଜାଗା ଥିଲା, ଅଣ୍ଡରୱର୍ଲଡରେ ଫାଟ ସୃଷ୍ଟି ହେଲା, ପୋଲିସ ନାରାଜ ହୋଇଗଲା। ଏଥିରେ ତାଙ୍କର କୌଣସି ଫାଇଦା ତ ନଥିଲା।’