ମୌସୁମୀରେ ପରିବର୍ତ୍ତନ: ଦେଶରେ ୧୦ ବର୍ଷରେ କମ ହୋଇଯିବ ୧୫ ପ୍ରତିଶତ ବର୍ଷା!
Khabar Odisha:Nation-Rain-Changes-in-india-monsoon-pattern-rainfall-will-reduce-in-the-country

ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା): ପ୍ରତିବର୍ଷ ମୌସୁମୀରେ ପରିବର୍ତ୍ତନ ହେଉଥିବା ପରିଲକ୍ଷିତ ହେଉଛି । ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ୨୦୩୦ ପର୍ଯ୍ୟନ୍ତ ଭାରତରେ ବର୍ଷା ୧୫ ପ୍ରତିଶତ କମ ହେବ । ଦେଶବ୍ୟାପୀ ବର୍ଷାର ଟ୍ରେଣ୍ଡ ଉପରେ ଜାମିୟା ମିଲ୍ଲିୟା ଇସଲାମିଆ ସମେତ ୨ଟି ସଂସ୍ଥା ୧୧୫ ବର୍ଷର ତଥ୍ୟକୁ ନେଇ ଗବେଷଣା କରିଛନ୍ତି । ଆଇଆଇଟି ଇନ୍ଦୋର ଓ ବାଙ୍ଗା ବିଶ୍ୱବିଦ୍ୟାଳୟ ସମେତ ଜାମିଆର ଗବେଷକମାନଙ୍କର ଏକ ଟିମ ୧୯୦୧ରୁ ୨୦୧୫ର ଡାଟା ଅଧ୍ୟୟନ କରିଛନ୍ତି ଯେ, ୧୯୫୧ ପରେ ଦେଶବ୍ୟାପୀ ବର୍ଷା ହ୍ରାସ ପାଉଛି । 

ଗବେଷକମାନଙ୍କ କହିବା ଅନୁସାରେ ଭାରତର ଅର୍ଥବ୍ୟବସ୍ଥା ଚାଷ ଜମି ଉପରେ ନିର୍ଭର କରିଥାଏ । ଦେଶରେ ଭଲ ବର୍ଷା ହେଲେ ଖେତରେ ଫସଲ ଭଲ ଉତ୍ପାଦିତ ହୋଇଥାଏ । ବର୍ଷା କମ ହେଉଥିବାରୁ ଏବଂ ଫସଲକୁ ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଧ୍ୟୟନ କରାଯାଇଥିଲା । ଗବେଷଣା ପେପରର କୋ-ଅର୍ଥର ଏବଂ ଜାମିୟାର ଭୂଗୋଳ ବିଭାଗର ପ୍ରୋଫେସର ଅତୀକୁରହମାନ କହିଛନ୍ତି, ଆମର ଅଧ୍ୟୟନରେ ୧୯୦୧ ରୁ ୧୯୫୦ ମଧ୍ୟରେ ବର୍ଷାର ବ୍ରବୃତ୍ତି ଦେଖାଯାଇଛି । କିନ୍ତୁ ୧୯୫୧ ପରେ ବର୍ଷା ହ୍ରାସ ପାଇଛି । 

ମୌସୁମୀ ଋତୁରେ ଭାରତର ଅଧିକାଂଶ ଅଂଚଳରେ କମ ବର୍ଷା ହୋଇଥାଏ । ପଶ୍ଚିମ ଭାରତର ସବ-ଡିଭିଜନରେ ବର୍ଷାର ବର୍ଷସାରା ମୌସୁମୀ ପରିବର୍ତ୍ତନରେ ସର୍ବାଧିକ ଥିଲେ । ପୂର୍ବ ଓ ଉତ୍ତର ଭାରତରେ କମ ପରିବର୍ତ୍ତନ ହୋଇଛି । ସେ କହିଛନ୍ତି ୧୯୭୦ ପରେ ବର୍ଷାର ପ୍ରାରୁପରେ ପରିବର୍ତ୍ତନ ଦେଖାଯାଇଛି । 

 

  • Tags:

Subscribe

National International State Sports Entertainment