ଆମେରିକାର ନାଲି ପିଆଜ: ୪୦୦ ଲୋକ ସଂକ୍ରମିତ!
Khabar Odisha:Nation-People-getting-infected-in-America-after-eating-red-onion-salmonella-bacteria-outbreak-in-Hindi

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ଆମେରିକାର ଅନେକଗୁଡ଼ିଏ ରାଜ୍ୟରେ କରୋନା ଭାଇରସ ସହିତ ଏକ ବ୍ୟାକଟେରିଆ ଦେଖିବାକୁ ମିଳିଛି । ଏହି ବ୍ୟାକଟେରିଆ କାରଣରୁ ଆମେରିକାରେ ଏଯାଏଁ ୪୦୦ ଲୋକ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୬୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଆମେରିକାସ୍ଥିତ ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନଶନ (ସିଡିସି) ତରଫରୁ ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ଯେ, ଥମସନ ଇଣ୍ଟରନ୍ୟାସନଲ କଂପାନୀ ତରଫରୁ ଯୋଗାଇ ଦିଆଯାଇଥିବା ପିଆଜ ସେବନ ନକରନ୍ତୁ । ଯଦି ଏହି ପିଆଜରୁ କୌଣସି ଖାଦ୍ୟ ସାମଗ୍ରୀ ପସ୍ତୁତ କରିଛନ୍ତି, ତେବେ ଏହା ନ ଖାଇ ଫିଙ୍ଗି ଦିଆନ୍ତୁ । କାରଣ ଏହି ପିଆଜ ଯୋଗୁଁ ସୈଲମୋନେଲା ବ୍ୟାକଟେରିଆ ସଂକ୍ରମଣ ବ୍ୟାପୁଛି । 

ଏହି ବ୍ୟାକଟେରିଆ ସଂକ୍ରମିତ ପିଆଜ ବ୍ୟକ୍ତିର ଶରୀରର ତାପମାତ୍ରା ବଢ଼ାଉଛି । ଏହି କାରଣରୁ ଜ୍ୱର ହେଉଛି । ସେହିପରି ବାନ୍ତି ହେଉଛି । ମହାମାରୀ ଏବଂ ପେଟ ଯନ୍ତ୍ରଣା ହେଉଥିବା ଅଭିଯୋଗ ଆସୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୪ଟି ଆମେରିକୀୟ ରାଜରେ ୪୦୦ ଜଣ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୬୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

 

  • Tags:

Subscribe

National International State Sports Entertainment