ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ-୧୯ ସ୍ଥିତି ସମୀକ୍ଷା କରିବେ ଆଜି, ଉପସ୍ଥିତ ରହିବେ ସବୁ ମୁଖ୍ୟମନ୍ତ୍ରୀ
Khabar Odisha:Nation-PM-Modi-to-review-COVID-19-situation-with-CMs-of-all-states-UTs-via-video-conferencing-today

ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ-୧୯ ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ କୋଭିଡ-୧୯ ବୈଠକରେ ଅଧ୍ୟକ୍ଷତା କରିବେ । ଭିଡିଓ କନଫରେନସିଂ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଟିକାକରଣ ପ୍ରସଙ୍ଗରେ ମଧ୍ୟ ଅବଗତ ହେବେ । ସଂନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକ ଆରମ୍ଭ ହେବ । 

ସୂଚନାଯୋଗ୍ୟ କରୋନା ଭାଇରସ ସଂକ୍ରମଣ ଦେଶରେ ପ୍ରତିଦିନ ବଢ଼ିଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଏହାରି ଉପରେ ସବୁବେଳେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ନିୟମିତ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ସଂପର୍କରେ ରହୁଛନ୍ତି । ମୋଦୀ ଦେଶର କରୋନା ସ୍ଥିତି ଉପରେ ନଜର ରଖିଛନ୍ତି । ଗତ ସପ୍ତାହରେ ସେ କରୋନା ଭାଇରସ ମହାମାରୀ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏହି ବୈଠକରେ ସେ କରୋନା ଓ ଟିକାକରଣ ସ୍ଥିତି ନେଇ ସମୀକ୍ଷା କରିଥିଲେ ।   

 

  • Tags:

Subscribe

National International State Sports Entertainment