ବାହାର ଲୋକ ମଥୁରାର ଶାନ୍ତି-ସଦଭାବ ସ୍ଥତି ବିଗାଡ଼ିବାକୁ ଚାହୁଁଛନ୍ତି: ପୂଜକ ସଂଗଠନ
Khabar Odisha:Nation-Mathura-priests-criticized-petition-for-removal-of-shahi-idgah-from-srikrishna-janmbhoomi

ମଥୁରା, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମସ୍ଥଳ ପରିସର ପାଖରେ ଥିବା ଇଦଗାହ ମସଜିଦକୁ ହଟାଇବା ଲାଗି କୋର୍ଟରେ ଆବେଦନ କରାଯାଇଛି । ରବିବାର ପୂଜକଙ୍କ ଏକ ସଂଗଠନ ଏହାକୁ ନିନ୍ଦା କରିଛି । ଅଖଳି ଭାରତୀୟ ତୀର୍ଥ ପୁରୋହିତ ମହାସଭା ସପ୍ତଦଶ ଶତାବ୍ଦୀର ମସଜିଦକୁ ହଟାଇବା ଲାଗୁ କିଛି ଲୋକଙ୍କ ଦ୍ୱାରା କୋର୍ଟରେ ଆବେଦନ କରିବା ନେଇ ଆଲୋଚନା କରିଛନ୍ତି । ପୂଜକମାନେ କହିଛନ୍ତି ଏଭଳି କିଛି ପ୍ରସଙ୍ଗ ଉଠାଇ କିଛି ଲୋକ ମଥୁରାର ଶାନ୍ତି ଓ ସଦଭାବକୁ ବିଗାଡ଼ିବା ପାଇଁ ଉଦ୍ୟମ କରୁଛନ୍ତି । 

ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହେଶ ପାଠକ କହିଛନ୍ତି, ବିଂଶ ଶତାବ୍ଦୀରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହେବା ପରେ ମଥୁରାରେ ମନ୍ଦିର-ମସଜିଦର କୌଣସି ବିବାଦ ନାହିଁ । କିନ୍ତୁ କିଛି ବାହାର ଲୋକ ମନ୍ଦିର-ମସଜିଦ ପ୍ରସଙ୍ଗ ଉଠାଇ ଏଠାକାର ଶାନ୍ତି ଓ ସଦଭାବ ଭାବମୂତ୍ତି ବିଗାଡ଼ିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, ଆଖପାଖରେ ଧାର୍ମିକ ସ୍ଥଳର ଅସ୍ଥିତ୍ୱ ଭାବନାତ୍ମକ ଏକାକୀ ହେବା ଏହାର ଉଦାହରଣ ଅଟେ । 

 

  • Tags:

Subscribe

National International State Sports Entertainment