ଜମ୍ମୁ କଶ୍ମୀର: ଉଦ୍ଦାମପୁରରେ ବସ୍ ଉପରେ ବିସ୍ଫୋରଣ, ୮ ଘଣ୍ଟାରେ ଦ୍ୱିତୀୟ ଘଟଣା, ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଆଶଙ୍କା
Khabar Odisha:Nation-Jammu-and-gashmir-news-another-mysterious-blast-occurred-on-a-bus-in-Udhampur

ଶ୍ରୀନଗର, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ଉଦ୍ଦାମପୁରରେ ଗୁରୁବାର ଏକ ବସ୍ ଉପରେ ବିସ୍ଫୋରଣ କରାଯାଇଛି । ଆଜି ଭୋର ୫ଟା ୧୫ମିନିଟରେ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ୍‌ରେ ବଡ଼ଧରଣର ବିସ୍ଫୋରଣ ହୋଇଛି । ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଛି । ଏହି ବସ ନିୟର ରାମନଗରରୁ ଉଦୟପୁରକୁ ଚାଲିଥାଏ ଏବଂ ରାତିରେ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲା । ତେବେ ଏହି ବିସ୍ଫୋରଣ ଘଟଣାରେ କାହାର ଜୀବନ ପ୍ରତି କ୍ଷତି ହୋଇନାହିଁ । ବିସ୍ଫୋରଣ ଯୋଗୁଁ ପାଖରେ ଥିବା ଅନ୍ୟ ବସ୍‌ଗୁଡ଼ିକର ସାମାନ୍ୟ କ୍ଷତି ହୋଇଛି । 

ସୂଚନାଯୋଗ୍ୟ, ୮ ଘଣ୍ଟା ଭିତରେ ଉଦ୍ଦାମପୁରରେ ବସ୍‌ରେ ବିସ୍ଫୋରଣ ଘଟଣା ୨ଥର ହେଶଇଛି । ଏହା ପୂର୍ବରୁ ବୁଧବାର ରାତି ୧୦ଟା ୪୫ରେ ଡୋମେଲ ଛକରେ ଏକ ବସରେ ଏହି ଭଳି ଭାବେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ କାରଣରୁ ୨ ଜଣ ଲୋକ ଆହତ ହୋଇଥିଲେ । ଏହି ବସ ରାମନଗରରୁ ବସନ୍ତଗଡ଼ ଚାଲିଥାଏ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବସ୍‌ର ଛାତ ଉଡ଼ିଯାଇଥିଲା । ଏହା ଏଣେତେଣେ ପଡ଼ିଥିଲା । 

ଜମ୍ମୁ କଶ୍ମୀର ଆଇଜି ମୁକେଶ ସିଂହ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨ଟି ବିସ୍ଫୋରଣ ହୋଇଛି । ଉଦ୍ଦାମପୁରରେ ଭିନ୍ନ ଭିନ୍ନ ସ୍ଥାନରେ ଥିବା ବସ୍‌ରେ ଏହି ବିସ୍ଫୋରଣ ହୋଇଛି । ୨ ଜଣ ଲୋକ ଆହତ ହୋଇଛନ୍ତି । ପୁଲିସ ମାମଲାର ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment