କରୋନା: ଜୁଲାଇରେ ମଣିଷ ଶରୀରରେ କୋଭାକ୍ସିନ ଭ୍ୟାକ୍ସିନ ପରୀକ୍ଷା କରିବ ଭାରତ
Khabar Odisha:Nation-India-to-tested-covaxin-by-Bharat-biotech-in-coming-July-to-fight-covid-19

ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣରେ ସମଗ୍ର ବିଶ୍ୱ ଛଟପଟ ହେଉଥିବା ବେଳେ ଭାରତ ଜୁଲାଇ ମାସରେ ନିଜର ପ୍ରଥମ ଭ୍ୟାକ୍ସିନ ‘କୋଭାକ୍ସିନ’କୁ ପରୀକ୍ଷା କରିବାକୁ ଯାଉଛି । ଭାରତରେ ପ୍ରଥମ କୋଭିଡ-୧୯ ଭ୍ୟାକ୍ସିନ ପରୀକ୍ଷା ନେଇ ଏକ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇଯାଇଛି । ଏହି ଭ୍ୟାକ୍ସିନ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତି ହୋଇଛି । କଂପାନୀ ତରଫରୁ ଆଇସିଏମଆର ଓ ଏନଆଇଭି ସହଯୋଗରେ ଏହାକୁ ପ୍ରସ୍ତୁତ କରାଯାଇଛି । ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା ଡିସିଜିଆଇ ଠାରୁ ଅନୁମୋଦନ ମିଳିବା ପରେ କୋଭାକ୍ସିନ ପରୀକ୍ଷା ହେବା ଆଶା ସଂଚାର ହୋଇଛି । ତେଣୁ ଏବେ ଏହାକୁ ମଣିଷ ଶରୀରରେ ପରୀକ୍ଷା କରାଯିବ । 

ସୂଚନାଯୋଗ୍ୟ, ଦେଶରେ ସୋମବାର ଯାଏଁ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଥିବା ବେଳେ ଏଥିରୁ ୨ ଲକ୍ଷ ୧୦ ହଜାର ୧୨୦ ଜଣ ସକ୍ରିୟ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ୩ ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୬ ହଜାର ୪୭୫ ଜଣଙ୍କର ମୃତ୍ୟୁ ହୋଇଛି ।

 

  • Tags:

Subscribe

National International State Sports Entertainment