ଭାରତୀୟଙ୍କ ପାଇଁ ଆଶ୍ୱସ୍ତିକର ଖବର: ୨୪ ଘଣ୍ଟାରେ ୧୪୫୨ ମୃତ, ୬୨ ହଜାର ସଂକ୍ରମିତ
Khabar Odisha:Nation-covid-19-1452-dead-in-corona-in-India-in-last-24-hours

ନୂଆଦିଲ୍ଲୀ, ଜୁନ ୧୫ (ଖବର ଓଡ଼ିଶା): ଭାରତୀୟମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଦେଶରେ କରୋନା ଭାଇରସ ମହାମାରୀ ଲଗାତାର ତଳମୁହାଁ ହେବାରେ ଲାଗିଛି । କରୋନା ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର ୫୯୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁଠାରୁ ଖୁସିର କଥା ହେଲା ଯେ, ମୃତ୍ୟୁ ସଂଖ୍ୟା ଆହୁରି ତଳକୁ ଖସିଛି । ଏହି ସମୟ ମଧ୍ୟରେ ଦେଶରେ ୧୪୫୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ବିଗତ ୨୪ ଘଣ୍ଟା ପୂର୍ବରୁ ଦେଶରେ ୬୭ ହଜାର ୨୯୦ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମୟ ଭିତରେ ଦେଶରେ କରୋନା ଭାଇରସରେ ୩ ହଜାର ୮୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।  

ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୩୫ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୬୧କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ । 

କେନ୍ଦ୍ର ସରକାରଙ୍କ ସହାୟତା, ଗବେଷକ, ବୈଜ୍ଞାନିକ, ମେଡିକାଲ ଟିମଙ୍କ ଅହରହ ଉଦ୍ୟମ ଯୋଗୁଁ କରୋନା ଭାଇରସ ମହାମାରୀ ଭାରତରେ ହ୍ରାସ ପାଇବାରେ ଲାଗିଛି । ଚଳିତ ମାସ ଶେଷ ବେଳକୁ ଏହା ଆହୁରି ନିୟନ୍ତ୍ରଣକୁ ଆସିଯାଇଥିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି । କରୋନା ସଂକ୍ରଣମ ଯେତେବେଳେ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବ, ସେହି ସମୟରେ ଦେଶରୁ କଟକଣା ଆହୁରି ଅଧିକ କୋହଳ ହୋଇଯିବ ।  

 

  • Tags:

Subscribe

National International State Sports Entertainment